Bikash Khabar
ପାହାଡ଼ ଚଢ଼ି ଆଦିବାସୀ ଗାଁରେ ପହଞ୍ଚିଲେ ବିଡିଓ

ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିବା ପାଇଁ ରାଜ୍ୟ ସରକାରଙ୍କ ଆହ୍ବାନକ୍ରମେ ଦଶପଲ୍ଲା ବ୍ଲକ ପ୍ରଶାସନ ତରଫରୁ ବିଭିନ୍ନ ଆଦିବାସୀ ବହୁଳ ଗ୍ରାମ ଗସ୍ତ କରାଯାଉଛି। ତେଣୁ ପାହାଡ଼ ଚଢ଼ି ଏବଂ ନାଳ ଅତିକ୍ରମ କରି ସେମାନଙ୍କ ନିକଟତର ହୋଇଛନ୍ତି ବିଡିଓ ଏବଂ ବ୍ଲକ କର୍ମଚାରୀ ବୁଧବାର ପୂର୍ବାହ୍ନରେ ଦଶପଲ୍ଲା ବିଡିଓ ଦେବୀ ପ୍ରସାଦ ମହାନ୍ତି ବ୍ଲକ କର୍ମଚାରୀମାନଙ୍କ ସହ ଆଦିବାସୀବହୁଳ ଘଘୁଡିପଡ଼ା ପଞ୍ଚାୟତର ଖଳିଘଟି ଗ୍ରାମ ଗସ୍ତ କରିଥିଲେ। ରାଇମଡ଼ାଠାରେ ଗାଡ଼ି ରହିବା ପରେ ଖଳିଘଟି ଗ୍ରାମକୁ ଯିବା ପାଇଁ ବାହାରିଥିଲେ। ରାସ୍ତାରେ ଥିଲା ପାହାଡ। କି.ମି.ଯାଏ ପାହାଡିଆ ରାସ୍ତାରେ ଚାଲିବା ଭିତରେ ୪ଟି ନାଳ ଅତିକ୍ରମ କରିଥିଲେ। ଉକ୍ତ ନାଳ ପାହାଡ଼ରୁ ଝର ବାହାରି ପ୍ରବାହିତ ହୋଇଥାଏ। ଗ୍ରାମବାସୀ ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି। ବିଡ଼ିଓ ମହାନ୍ତି ଗ୍ରାମରେ ପହଞ୍ଚିବା ମାତ୍ରେ ଜନସାଧାରଣ ଖୁସିରେ ପାଛୋଟି ନେଇଥିଲେ। ଗ୍ରାମର ଜନସାଧାରଣଙ୍କ ସହିତ ଆଲୋଚନା ବେଳେ ଗ୍ରାମବାସୀ ମୁଖ୍ୟ ସମସ୍ୟା ରାସ୍ତା ନେଇ ଅଭିଯୋଗ କରିଥିଲେ। ରାସ୍ତା ନିର୍ମାଣ ହେଲେ ବହୁ ସମସ୍ୟା ଦୂର ହେବ ବୋଲି କହିଥିଲେ। ଉକ୍ତ ରାସ୍ତା ନିର୍ମାଣ ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୬ ଲକ୍ଷ ଟଙ୍କା ଦେବା ଲାଗି ବିଡିଓ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଗ୍ରାମରେ ୩ଜଣ ଖାଉଟି କାର୍ଡରୁ ବଞ୍ଚିତ ଅଭିଯୋଗରେ ଶୀଘ୍ର ସେମାନଙ୍କୁ କାର୍ଡ ପ୍ରଦାନ କରିବେ ବୋଲି ବିଡିଓ କହିଥିଲେ। ଗ୍ରାମରେ ବିଦ୍ୟୁତ୍ ଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଗ୍ରାମରେ ବିଦ୍ୟୁତ୍ଖୁଣ୍ଟ ପଡ଼ିଛି ଅଥଚ ସଂଯୋଗ ହୋଇନାହିଁ। ଆଲୋକ ସୁବିଧା ନିମନ୍ତେ ସୋଲାର ଲାଇଟ୍ବ୍ୟବସ୍ଥା କରିବେ ବୋଲି ବିଡିଓ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ବିଡିଓ ଏବଂ ବ୍ଲକ କର୍ମଚାରୀ ସନ୍ଧ୍ୟାରେ ବ୍ଲକ ଅଫିସଠାରେ ପହଞ୍ଚିଥିଲେ।

31/10/2019

Leave a Reply

Your email address will not be published. Required fields are marked *

Comments