Bikash Khabar
ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଯୋଜନା ,ଲୋକମାନଙ୍କ ମତ ଲୋଡ଼ିଲେ ସରକାର

ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ଯୋଜନା କିପରି ହେବ, ସେ ବାବଦରେ ଜନସାଧାରଣଙ୍କ ମତାମତ ଲୋଡ଼ିଛନ୍ତି ରାଜ୍ୟ ସରକାର ଜନସାଧାରଣ ସେମାନଙ୍କ ମତାମତ ୨୦୨୦ ଜାନୁୟାରୀ ୧୫ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନ ନିକଟକୁ  ପଠାଇପାରିବେ ଜନସାଧାରଣଙ୍କ ମତାମତ ଆଧାରରେ ପୁରୀର ଚୂଡ଼ାନ୍ତ ସୌନ୍ଦର୍ଯ୍ୟକରଣ ଯୋଜନା ପ୍ରସ୍ତୁତ ହୋଇ ଫେବ୍ରୁଆରିରେ ପ୍ରକାଶିତ ହେବ ପୁରୀର ଐତିହ୍ୟ କରିଡ଼ର ବିକାଶ ପାଇଁ ସୋମବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଓଡ଼ିଶା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜଗନ୍ନାଥ ହେରିଟେଜ୍ ଚିଠା ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ  ଏଥିରେ ଜନଗଣ ଙ୍କ ମତାମତ ଗ୍ରହଣ କରାଯାଇ ସେ ଆଧାରରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ  ଅନ୍ୟପଟେ ଜଗନ୍ନାଥଙ୍କ ପାଇଁ ଯେଉଁ ମଠ ଲୋକେ ଜମିଦାନ କରିଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ କାମ ପାଇଁ ଜମି ଦାନ କରିଥିବା ଲୋକଙ୍କ ନାମ ଐତିହ୍ୟ କରିଡ଼ରରେ ଏକ ଫଳକରେ ସବୁଦିନ ପାଇଁ ଲେଖା ହୋଇ ରହିବ ବୋଲି କୁହ ଯାଇଛି 

31/12/2019

Leave a Reply

Your email address will not be published. Required fields are marked *

Comments