Bikash Khabar
ଶପଥ ଦିନ ମିଳିବ କାଳିଆ ଟଙ୍କା

ନବୀନ ପଟ୍ଟନାୟକ ନେତୃତ୍ୱରେ ବିଜେଡି ତାର ପଞ୍ଚମ ଇନିଂସଖେଳିବାକୁ ଯାଉଛି ୨୯ ତାରିଖଦିନ ମୁଖ୍ୟମନ୍ତ୍ରୀ ଭାବେ ବିଜେଡି ସୁପ୍ରିମୋ ଶପଥ ନେବେ ଏଥର ଶପଥ ଗ୍ରହଣ ସମାରୋହ ଇଡ଼କୋପ୍ରଦର୍ଶନୀ ପଡିଆ ଠାରେ ଆୟୋଜିତ ହେଉଛି ଏହି ଶପଥ ଗ୍ରହଣ ଦିନ କାଳିଆ ହିତାଧିକାରୀ ଙ୍କ ପ୍ରଥମ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥ ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି   ହିତାଧିକାରୀଙ୍କ ଆକାଉଣ୍ଟ୍କୁ ଟଙ୍କା ଯିବା ପାଇଁ ସମବାୟ କୃଷି ବିଭାଗ ପକ୍ଷରୁ ଆରମ୍ଭ ହୋଇଛି କସରତ ଶନିବାର  ନିଜେ ମୁଖ୍ୟ ଶାସନ ସଚିବ ସଂକ୍ରାନ୍ତୀୟ ବୈଠକ କରି ପ୍ରସ୍ତୁତିର ତଦାରଖ କରିଥିଲେ।

ପ୍ରାପ୍ତ ସୂଚନା ଅନୁଯାୟୀ ପୂର୍ବରୁ ପ୍ରାୟ ୪୨ ଲକ୍ଷ ଚାଷୀଙ୍କ ଆକାଉଣ୍ଟ୍କୁ କାଳିଆଯୋଜନାର ପ୍ରଥମ କିସ୍ତି ଅର୍ଥ ଦିଆସରିଛି। ନିର୍ବାଚନ କମିସନ୍ଙ୍କ କଟକଣା ଯୋଗୁଁ ବଳକା ଚାଷୀଙ୍କ ଆକାଉଣ୍ଟ୍କୁ ଟଙ୍କା ଯାଇ ପାରି ଥିଲା। ଏବେ ପାଖାପାଖି ୨୫ ଲକ୍ଷ ନୂଆ ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ୨୯ ତାରିଖରେ ଶପଥ ଗ୍ରହଣ ଉତ୍ସବର କିଛି ଘଣ୍ଟା ପରେ ସଚିବାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ୟୋଜନ କରାଯାଇ ସେଠାରେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାର ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ବଣ୍ଟନର ଶୁଭାରମ୍ଭ କରିବେ। ସେହିଦିନ ପ୍ରାୟ୬/ ଲକ୍ଷ ଚାଷୀଙ୍କ ଆକାଉଣ୍ଟ୍କୁ ସିଧାସଳଖ ଟଙ୍କା ଯିବ। ପରବର୍ତ୍ତୀ ଦିନେ ଦୁଇ ଦିନ ଭିତରେ ଅବଶିଷ୍ଟ ସମସ୍ତ ଚାଷୀଙ୍କ ଆକାଉଣ୍ଟ୍କୁ ପ୍ରଥମ କିସ୍ତି ଯିବ।

କାଳିଆଯୋଜନାରେ ସାମିଲ ହୋଇଥିବା ସବୁ ଚାଷୀଙ୍କୁ ଦ୍ବିତୀୟ କିସ୍ତିର ଟଙ୍କାକେବେ  ଯିବ, ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନାହିଁ। ତେବେ ଖୁବ୍ ଶୀଘ୍ର ଦ୍ବିତୀୟ କିସ୍ତି ପ୍ରଦାନ କରିବାକୁ ମଧ୍ୟ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇଛି। ଶପଥ ଗ୍ରହଣ ଉତ୍ସବକୁ ଭିନ୍ନ ଢଙ୍ଗରେ କରିବା ପାଇଁ ବି ପ୍ରସ୍ତୁତି ଚାଲିଛି। ପ୍ରଥମ ଥର ପାଇଁ ରାଜଭବନ ବାହାରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଉଛି। ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ୨୯ ତାରିଖ ସକାଳ ୧୦ଟା ୩୦ରେ ଉତ୍ସବ ଅନୁଷ୍ଠିତ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଶପଥ ପାଠ କରାଇବେ।

26/05/2019

Leave a Reply

Your email address will not be published. Required fields are marked *

Comments