Bikash Khabar
ଗାଁରେ ରହିଛି ବିରଳ ଭାରତ ମାତା ଙ୍କ ମନ୍ଦିର,କିନ୍ତୁ ଏଠି ଉପେକ୍ଷିତ ସଂଗ୍ରାମୀ ପରିବାର

ଗାଁରେ ରହିଛି ବିରଳ ଭାରତ ମାତା ମନ୍ଦିର। ସ୍ବାଧୀନତା ପୂର୍ବରୁ ଗାଁର ସଂଗ୍ରାମୀ ମାନେ ଏଭଳି ଏକ ମନ୍ଦିର ତିଆରି କରି ବିରଳ ଉଦାହରଣ ରଚିଛନ୍ତି ପ୍ରତିଦିନ ଏଠାରେ ଭାରତମାତାଙ୍କ ପୂଜାର୍ଚନା କରାଯାଏ ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଦେଶ ପ୍ରେମ ଏହି ଧାରା ଦେଖିବାକୁ ମିଳୁଥିବା ବେଳେ ସରକାର କିନ୍ତୁ ସଂଗ୍ରାମୀ ମାନଙ୍କ ତ୍ୟାଗ କୁ ସମ୍ମାନ ପ୍ରଦର୍ଶନ କରିବାକୁ ଭୁଲିଯାଇଛନ୍ତି      ଏପରି  ଏକ ଗାଁ ହେଉଛି ବୌଦ୍ଧ ଜିଲ୍ଲା ବହିରା ପଂଚାୟତର ବନପାଲି ଜିଲ୍ଲା କାର୍ଯୟାଳୟରୁ ମାତ୍ର ୨୫କିମି ମନମୁଣ୍ଡା ରାସ୍ତାରେ ଗଲେ ପଡେ ଏହି ଗାଁ ଏହି ଗାଁରେ ରହିଛି ଭାରତ ମାତାଙ୍କ ମନ୍ଦିର ଯାହାକି ଦେଶରେ ମଧ୍ୟ ଖୁବ୍ ବିରଳ ଗ୍ରାମବାସୀଙ୍କ କହିବା ଅନୁସାରେ ଦେଶ ସ୍ବାଧୀନତା ପାଇବାର ଖୁବ୍ ପୂର୍ବରୁ ଏହି ଗାଁରେ ଭାରତମାତାଙ୍କ ମନ୍ଦିର ନିର୍ମ।ଣ କରାଯାଇ ଥିଲା ଗାଁର ସ୍ବଧୀନତା ସଂଗ୍ରାମୀମାନେ ଏହି ମନ୍ଦିର ନିର୍ମ।ଣକରି ଭାରତମାତାଙ୍କୁ ପୂଜାର୍ଚ୍ଚନା କରିଆସୁଥିଲେ ପିଢି ପରେ ପିଢି ଭାରତମାତାଙ୍କ ପୂଜାର୍ଚ୍ଚନା ଚାଲି ଆସିଛି ବର୍ଷର ସମସ୍ତ ପର୍ବପର୍ବ।ଣୀରେ ଭାରତମାତାଙ୍କ ଆଗରେ ପ୍ରଥମେ  ଭୋଗ ଲାଗି ହେବା ପରେ ଗ୍ରାମବାସୀ ପ୍ରସାଦ ସେବନ କରିଥାନ୍ତି  ହେଲେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବାରୁ ମନ୍ଦିରର ପ୍ରଚାର ପ୍ରସାର ହୋଇପାରୁନଥିବା ଅଭିଯୋଗ ହୋଇଛି ବନପାଲି ଗାଁର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଏହି ଗାଁରେ ଜନ୍ମ ନେଇଥିବା ୩ଜଣ ମହାନ ପୁରୁଷ ଏବଂ ମହିୟସୀ ମହିଳା ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ସ୍ବାଧୀନତା ସଂଗ୍ରାମୀ ଶ୍ରୀପତି ମେହେର , ଗୌରହରୀ  ଏବଂ ବୃନ୍ଦାବତୀ ମହେର ଇଂଗ୍ରେଜ ସରକାରକୁ ଦେଶରୁ ତଡିବାରେ  ନିଜକୁ ସାମିଲ କରିଥିଲେ ଏବେ ଏହି ସଂଗ୍ରାମୀମାନଙ୍କ ପରିବାର ଲୋକେ ଦୁର୍ଦିନରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି ପେଟକୁ ଦାନା ଯୋଗାଇବା ପାଇଁ ପ୍ରତିଦିନ ଜୀବନ ସହ ସଂଗ୍ରାମ କରୁଛନ୍ତି ସଂଗ୍ରାମୀ ଶ୍ରୀପତି ମହେରଙ୍କ ସ୍ତ୍ରୀ ସ୍ବାମୀଙ୍କ ମୃତ୍ୟୁ ପରେ ପେନସନ ମଧ୍ୟ ବନ୍ଦ ହୋଇଯାଇଛି ସଂଗ୍ରାମୀଙ୍କ ପରିବାର ପ୍ରତି ସରକାର ତୁରନ୍ତ ସୁଦୃଷ୍ଟି ଦେବାକୁ ଦାବୀ ହୋଇଛି

16/08/2019

Leave a Reply

Your email address will not be published. Required fields are marked *

Comments