Bikash Khabar
୮ ମାସ ବନ୍ଦ ରହିବ ଭୁବନେଶ୍ୱର ବିମାନ ବନ୍ଦର

 ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦୀର୍ଘ ୮ମାସ କାଳ ବନ୍ଦ ରହିବ। ବିମାନବନ୍ଦରର ରନୱେ ଦିନକୁ ଦିନ ଖରାପ ହେବାକୁ ଯାଉଛି। ତେଣୁ ରନୱେର ମରାମତି ପାଇଁ ବିମାନ ବନ୍ଦର ୮ମାସ ପାଇଁ ବନ୍ଦ ରହିବ ବୋଲି ଜଣାପଡିଛି। ତେବେ ବିମାନବନ୍ଦରକୁ ଦୁଇଟି ପର୍ଯ୍ୟାୟରେ ଉଭୟ ରାତି ଦିନରେ ମାସ ବନ୍ଦ ରଖାଯିବ। ଆଗାମୀ ନଭେମ୍ବର ୧ରୁ ୨୦୨୦ ମାର୍ଚ୍ଚ ୩୧ ଯାଏ ରାତି ୧୦ରୁ ସକାଳ ୫ଟା ୩୦ ପର୍ଯ୍ୟନ୍ତ ବିମାନବନ୍ଦର ରେ ବିମାନ ଯାତାୟାତ ବନ୍ଦ ରହିବ। ସେହିପରି ୨୦୨୦ ଏପ୍ରିଲ ୧ରୁ ଜୁନ ୩୦ ଯାଏଁ ବିମାନବନ୍ଦର ପୂର୍ବାହ୍ଣ ୧୦ଟା ୩୦ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରଖାଯିବ। ୨୦୦୭ରେ ଶେଷ ଥର ପାଇଁ ରନୱେ ମରାମତି କାମ ହୋଇଥିଲା।ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ଡ଼ିଜିସିଏ ଅନୁମତି ଲୋଡିଥିବା ଜଣାଯାଇଛି

18/09/2019

Leave a Reply

Your email address will not be published. Required fields are marked *

Comments