Bikash Khabar
ପ୍ରଦୂଷଣ ମୁକ୍ତ କ୍ୟାମ୍ପସ ର ଆଉ ଏକ ପ୍ରୟାସ,ଭୁବନେଶ୍ୱର ଆଇଆଇଟି ରେ ଗଡ଼ିଲା ବ୍ୟାଟେରୀ ଚାଳିତ ଗାଡି

 ସବୁଜ କ୍ୟାମ୍ପସ ପାଇଁ ସଂକଳ୍ପ ନେଇ ଆଉ ପାଦେ ଆଗକୁ ବଢ଼ିଛି ଆଇଆଇଟି ଭୁବନେଶ୍ୱର ପ୍ରଥମଥର ଲାଗି ଆଇଆଇଟି କ୍ୟାମସ ରେ ବ୍ୟାଟେରି ଚାଳିତ ଗାଡ଼ି ଗଡ଼ିଛି। ଏହାଦ୍ବାରା ପ୍ରଦୂଷଣମୁକ୍ତ କ୍ୟାମ୍ପସ ସୃଷ୍ଟି ହେବା ସହ ଆବାସିକ ବାସସ୍ଥଳୀଗୁଡ଼ିକରେ ସବୁଜ ପରିବେଶ ସୃଷ୍ଟି ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଆଇଆଇଟି ନିର୍ଦେଶକ ଆର୍‌. ଭି ରାଜକୁମାର  ଏହାକୁ ଉଦ୍ଘାଟନ କରି କହିଛନ୍ତି ଯେ ସବୁଜ କ୍ୟାମ୍ପସ ଗଠନ କରିବାରେ ଏହା ସହାୟକ ହେବ। ବ୍ୟାପକ ବୃକ୍ଷରୋପଣ ଦ୍ବାରା କିଛି ମାତ୍ରାରେ ସଫଳତା ମିଳିଛି। କ୍ୟାମ୍ପସରେ ସାଇକେଲିଂ ସଂସ୍କୃତି, ବର୍ଷା ଜଳ ଅମଳ ବ୍ୟବସ୍ଥା କରାଯାଇଛି। ବ୍ୟାଟେରି ଚାଳିତ ଗାଡ଼ି ଦ୍ବାରା ଏହା ପରିସରରେ ରହୁଥିବା ଅଧ୍ୟାପକ, ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ। କର୍ପୋରେଟ ଆଇଟି କମ୍ପାନୀ ଗୁଡିକ ସହିତ ତାଳଦେଇ ଭୁବନେଶ୍ୱର ଆଇଆଇଟି ନିଜ କ୍ୟାମ୍ପସ ପରିସରକୁ ବିକଶିତ କରାଇଛି କେବଳ କ୍ୟାମସ ନୁହେଁ ଗବେଷଣା ଅଧ୍ୟୟନ କ୍ଷେତ୍ରରେ ମଧ୍ୟ ଭୁବନେଶ୍ୱର ଆଇଆଇଟି କୁ ବିଶ୍ୱସ୍ତରରେ ସମ୍ମନିତ କରାଯାଇଛି ଦି ଟାଇମ୍ସ ହାୟର ଏଜୁକେସନପକ୍ଷରୁ ପ୍ରକାଶିତ ବିଶ୍ବର ଯୁବ ବିଶ୍ବବିଦ୍ୟାଳୟ ରୢାଙ୍କିଙ୍ଗ୍ରେ ଆଇଆଇଟି ୧୫୧ରୁ ୨୦୦ ରୢାଙ୍କ ମଧ୍ୟରେ ସ୍ଥାନ ଅକ୍ତିଆର କରିଛି। ୫୦ ବର୍ଷ କିମ୍ବା ତାଠାରୁ କମ୍ବର୍ଷର ଶିକ୍ଷାନୁଷ୍ଠାନକୁ ନେଇ କରାଯାଇଥିବା ଏହି ରୢାଙ୍କିଙ୍ଗ୍ରେ ଆଇଆଇଟି ଭୁବନେଶ୍ବର ଦେଶରେ ୫ମ ସ୍ଥାନରେ ରହିଛି। ଗବେଷଣା ବର୍ଗରେ ଭାରତରେ ୩ୟ ସ୍ଥାନରେ ରହିଛି। ଗବେଷଣା, ଶିକ୍ଷାଦାନ, ଜ୍ଞାନ ବିତରଣ, ଇଣ୍ଟରନ୍ୟାସନାଲ ଆଉଟ୍ଲୁକ୍ଆଦି ବିଷୟକୁ ନେଇ ଏହି ସର୍ଭେ ହୋଇଥିଲା। ସବୁ ବର୍ଗରେ ଆଇଆଇଟି ଉନ୍ନତ ପ୍ରଦର୍ଶନ କରିପାରିଛି।

28/06/2019

Leave a Reply

Your email address will not be published. Required fields are marked *

Comments