Bikash Khabar
ପୁରୀ ଜିଲ୍ଲାର ୨ ଟି ଆସନ ଦଖଲ କଲା ବିଜେପି

ପୁରୀ ଜିଲ୍ଲାର ୬ଟି ବିଧାନସଭା ଆସନ ମଧ୍ୟରୁ ଶାସକ ବିଜେଡି ୪ଟିରେ ବିଜୟ ଲାଭ କରିଥିବା ବେଳେ ପୁରୀ ସଦର ବ୍ରହ୍ମଗିରି ଭଳି ମର୍ଯ୍ୟାଦାଜନକ ଆସନରେ ପରାଜୟ ମୁହଁ ଦେଖିଛି ଦଳ। ଏହି ଦୁଇଟି ଆସନକୁ  ଛଡ଼ାଇ ନେଇଛି ବିଜେପି ପ୍ରଥମ ଥର ପାଇଁ ପୁରୀ ବିଧାନସଭା କ୍ଷେତ୍ରରେ ବିଜେଡିର ଟାଣୁଆ ନେତା ମହେଶ୍ବର ମହାନ୍ତିଙ୍କୁ ଝଟ୍କା ଲାଗିଛି। ସେହିପରି ରାଜ୍ୟ ରାଜନୀତିରେ ବେଶ ପ୍ରଭାବ ରଖିଥିବା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ବି ପ୍ରତ୍ୟାଖ୍ୟାତ ହୋଇଛନ୍ତି। କାକଟପୁର, ନିମାପଡ଼ା, ପିପିଲି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେଡି ପୁଣି ଥରେ ବିଜୟର ବାନା ଉଡ଼ାଇଛି। କାକଟପୁର ନିର୍ବାଚନ ମଣ୍ଡଳୀକୁ ବାଦ୍ଦେଲେ ଅନ୍ୟ ୩ଟି ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡିକୁ ବିଜେପି ହିଁ କଡ଼ା ଟକ୍କର ଦେଇଛି। ଫଳାଫଳ ଅନୁଯାୟୀ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ସଂଜୟ ଦାସବର୍ମାଙ୍କୁ ୨୧୩୦ ଭୋଟ୍ବ୍ୟବଧାନରେ ବିଜେପିର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପରାସ୍ତ କରିଛନ୍ତି। ସଂଜୟଙ୍କୁ ୮୬ ହଜାର ୧୨୬ ଭୋଟ୍ମିଳିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଲଳିତେନ୍ଦୁଙ୍କୁ ମିଳିଛି ୮୮ ହଜାର ୨୫୬ ଭୋଟ୍ ସେହିପରି କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରା କଂଗ୍ରେସର ବିଶ୍ବଭୂଷଣ ଦାସଙ୍କୁ ପରାସ୍ତ କରିଛନ୍ତି। ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୀର ରଞ୍ଜନ ଦାଶ ହାଟ୍ରିକ୍ ଅର୍ଥାତ୍ ଲଗାତାର ତୃତୀୟ ଥର ପାଇଁ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରଭାତୀ ପରିଡ଼ାଙ୍କୁ ପରାସ୍ତ କରିଛନ୍ତି। ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି।ଚଳିତ ନିର୍ବାଚନରେ ସବୁଠୁ ରୋଚକ ସ୍ଥିତି ଦେଖିବାକୁ ମିଳିଛି ପୁରୀ ସଦର ନିର୍ବାଚନ ମଣ୍ଡଳୀରେ। ଏଠାରୁ ଲଗାତର ଥର ବିଜୟୀ ହୋଇଥିବା ବିଜେଡିର ହେଭିୱେଟ୍ନେତା ମହେଶ୍ବର ମହାନ୍ତିଙ୍କୁ ହରାଇଛନ୍ତି ପୁରୀର ପୂର୍ବତନ ପୌରାଧ୍ୟକ୍ଷ ତଥା ବିଜେପି ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ। ଶ୍ରୀ ଷଡ଼ଙ୍ଗୀ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପି ଶିବିରରେ ସାମିଲ୍ହୋଇଥିଲେ। ଗତ ୨୫ ବର୍ଷ ଧରି ବିଜେଡି ଗଡ଼ ଭାବେ ପରିଚିତ ଥିଲା ପୁରୀ ସେହିପରି ବ୍ରହ୍ମଗିରି ଆସନରେ ପ୍ରଥମଥର ପାଇଁ ବିଜେପି ଲଳିତେନ୍ଦୁ ମହାପାତ୍ର ବିଜେଡିର ହେଭିୱେଟ ସଞ୍ଜୟ ଦାସ ବର୍ମାଙ୍କୁ ପରାଜିତ କରି ନିର୍ବାଚନ ମଣ୍ଡଳୀରେ ଲୁଲୁଙ୍କ ସ୍ମୃତି କୁ ତେଜୀୟାନ କରିଛନ୍ତି

 

23/05/2019

Leave a Reply

Your email address will not be published. Required fields are marked *

Comments