Bikash Khabar
ବିବାହ ବାର୍ଷିକୀରେ ରକ୍ତଦାନ ଶିବିର

ବିବାହ ଉତ୍ସବ ସାଧାରଣତଃ ଭୋଜିଭାତ, ବନ୍ଧୁମିଳନ, ମଉଜମସ୍ତି ମଧ୍ୟରେ ଅତିବାହିତ କରିଥାନ୍ତି ଦମ୍ପତ୍ତି ହେଲେ ଗତ ୧୪ ବର୍ଷ ଧରି ନିଆରା ଉପାୟରେ ବିବାହ ବାର୍ଷିକୀ ପାଳନ କରିଆସୁଛନ୍ତି ଭୀମଟାଙ୍ଗୀ ନିବାସୀ ଗୋପୀମୋହନ ତାଙ୍କ ଧର୍ମପତ୍ନୀ  ଆଶାଲତା ୨୦୦୫ ମସିହାରୁ କ୍ରମାଗତଭାବେ ଏହି ଦମ୍ପତ୍ତିଙ୍କ ବିବାହ ବାର୍ଷିକୀରେ ଭୋଜିଭାତ ସାଙ୍ଗକୁ ରକ୍ତଦାନ ଶିବିର ରେ  ସାଙ୍ଗ, ସାଥୀମାନେ ସାମିଲ୍ ହୋଇ ରକ୍ତଦାନ କରିଥାନ୍ତି ଏଥର ମଧ୍ୟ ଗତ ଗୁରୁବାର ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି ସ୍ମାର୍ଟନଗରୀ ରାଜଧାନୀ ଭୁବନେଶ୍ୱରର ଶିରିପୁରସ୍ଥିତ ଝାଡ଼େଶ୍ୱରୀ ମନ୍ଦିର ପରିସରରେ ପ୍ରଥମେ ଘରର ମୁରବୀ ପିତା ମଦନ ମୋହନ ଆନୁଷ୍ଠାନିକ ରୂପେ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ ନିଜର ୨୯ତମ ବିବାହ ବାର୍ଷିକୀରେ ଗୋପୀମୋହନ ନିଜେ ନିଜର ୧୮୯ତମ ରକ୍ତଦାନ କରିଥିଲେ ସୂଚନାଯୋଗ୍ୟ ଅଦ୍ୟାବଧି ସେ ୧୭ଥର ପ୍ଲେଟଲେଟ୍ ଦାନ କରିସାରିଲେଣି ସହରରେ ସେଞ୍ଚୁରିୟାନ ବ୍ଲଡ଼ ଡ଼ୋନର ଭାବେ ସେ ବେଶ୍ ଜଣାଶୁଣା ଜାତୀୟତାର ମହାନ୍ ଚିନ୍ତାଧାରାରେ ସମସ୍ତଙ୍କୁ ସାମିଲ୍ କରାଇ ଥାଲାସେମିଆ, ଅସହାୟ ନିରାଶ୍ରୟ ରୋଗୀଙ୍କ ଉଦେଶ୍ୟରେ  ରକ୍ତଦାନ କରିବା ହିଁ ମୂଳ ଲକ୍ଷ୍ୟ ବୋଲି ସେ କୁହନ୍ତି କ୍ୟାପିଟାଲ ହସ୍ପିଟାଲ ପରିସରସ୍ଥିତ ରକ୍ତ ଭଣ୍ଡାର   ଅଭିଜ୍ଞ ଟେକ୍ନିସିଆନ ନିର୍ଦେଶକ  ଡା. ଦେବାଶିଷ ମିଶ୍ରଙ୍କ ତତ୍ତ୍ୱାବଧାନରେ ଶିବିରରୁ ୩୨ ୟୁନିଟ୍ ରକ୍ତ ସଂଗୃହୀତ କରାଯାଇଥିଲା ଶିବିରକୁ ସାମାଜିକ କର୍ମୀ ସୁଶାନ୍ତ ସାହୁ, ବସନ୍ତ ସାମଲ, ପ୍ରତ୍ୟୁଷ  କୁମାର ତାରଣିଆଁ, ନୀଳାୟମ ଷଡ଼ଙ୍ଗୀ ଅନ୍ୟମାନେ ପରି·ଳନାରେ ସହଯୋଗ କରିଥିଲେ

06/07/2019

Leave a Reply

Your email address will not be published. Required fields are marked *

Comments