Bikash Khabar
ଚିଲିକାରେ ମିଳିବ ବୋଟ ଘର ଓ ଭାସମାନ ହୋଟେଲ ର ସୁବିଧା

ଗୋଆ ଆଣ୍ଡାମାନ୍ ଭଳି ଚିଲିକାରେ ଚାଲିବ କ୍ରୁଜ୍। ଏଥିସହିତ ଏଠାରେ କେରଳ ଭଳି ବୋଟ୍ ହାଉସ୍ ତଥା ଫ୍ଲୋଟିଂ ରେଷ୍ଟୁରାଣ୍ଟର ମଜା ନେଇପାରିବେ ପର୍ଯ୍ୟଟକ। ଏଥିପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛି ରାଜ୍ୟ ଜଙ୍ଗଲ ପରିବେଶ ବିଭାଗ।ସମନ୍ବିତ ଉପକୂଳ ପରିଚାଳନା ଯୋଜନା ଦ୍ୱାରା ନିଯୁକ୍ତ କନ୍ସଲ୍ଟିଂ ଫାର୍ମ ପ୍ରସ୍ତୁତ କରିଥିବା ଏହି ମାଷ୍ଟର ପ୍ଲାନ୍ ବାବଦରେ ସଚିବାଳୟରେ ବିସ୍ତୃତ ଆଲୋଚନା ହୋଇଛି। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ରମ୍ଭାରେ ୩୨ ଏକର ସାତପଡ଼ାରେ ୮୦ରୁ ୯୦ ଏକର ସରକାରୀ ଜମି ଚିହ୍ନଟ ହୋଇଛି। ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ କରାଯିବ। ଏହି ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଡ଼ ସହ ବେସରକାରୀ ସଂସ୍ଥାକୁ ଆକୃଷ୍ଟ କରିବା କାର୍ଯ୍ୟ କରିବ ପର୍ଯ୍ୟଟନ ବିଭାଗ। ସୂଚନା ଯୋଗ୍ୟଯେ କେନ୍ଦ୍ର ପ୍ରାୟୋଜିତ ସି ପ୍ଲେନ ଯୋଜନାକୁ ସିଡିଏ ଜୈବ ବିବିଧତା ନଷ୍ଠ ହୋଇଯିବାର ଆଳ ଦେଖାଇ ବିରୋଧ କରିଆସୁଥିଲା। ଚିଲିକାରେ ଯାନ୍ତ୍ରିକ ଦଙ୍ଗା ପ୍ରଚଳନ ବନ୍ଦକରି ବ୍ୟାଟେରିଚାଳିତ ଡଙ୍ଗା ଚଳାଚଳ ପ୍ରତିଶ୍ରୁତି କୁ ସିଡିଏ ଆଜି ଯାଏଁ ପାଳନ କରିନାହିଁ ଚିଲିକା ପ୍ରାକୃତିକ ସରହଦ ସଂକୁଚିତ ହେବାକୁ ଲାଗିଥିବା ବେଳେ ଧୀବର ମାନଙ୍କ ଜୀବିକା ମଧ୍ୟ ବୁଡ଼ିବାକୁ ବସିଛି ସ୍ଥାନୀୟ ପରିବେଶ ଜନଗଣ ଙ୍କୁ ସୁହାଇଲାଭଳି ପର୍ଯ୍ୟଟନ ବିକାଶ କୁ ପ୍ରାଥମିକତା ଦିଆଯାଉ ବୋଲି ଦୀର୍ଘଦିନ ରୁ ଦାବି ହୋଇ ଆସୁଛି

07/06/2019

Leave a Reply

Your email address will not be published. Required fields are marked *

Comments