Bikash Khabar
ଓଡ଼ିଶାର ନଦୀ ଓ ସମୁଦ୍ରରେ ପର୍ଯ୍ୟଟକ ଙ୍କ ପାଇଁ ହେବ ନୌକା-ବିହାର

 କୋଭିଡ୍ ପ୍ରଭାବିତ ପର୍ଯ୍ୟଟନ ଶିଳ୍ପକୁ ପୁନଃ ଚଳଚଞ୍ଚଳ କରିବା ନିମନ୍ତେ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟରେ ନୌକା-ବିହାର ପର୍ଯ୍ୟଟନ  ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଗୁରୁବାର ପର୍ଯ୍ୟଟନ ବିଭାଗକୁ ନିର୍ଦେଶ ଦେଇଛନ୍ତି। ପର୍ଯ୍ୟଟନ ବିଶେଷଜ୍ଞ ଏବଂ ଏହି ଶିଳ୍ପ ସହ ସଂପୃକ୍ତ ବିଭାଗ ସଂସ୍ଥାମାନଙ୍କ ସହ ମୁଖ୍ୟଶାସନ ସଚିବ ଆଲୋଚନା କରିଥିଲେ। ରାଜ୍ୟ ଲୋକସେବା ଭବନରୁ  ଡିଜିଟାଲ୍ ପ୍ରକ୍ରିୟାରେ ଅନୁଷ୍ଠିତ ଏହି ବୈଠକରେ ପର୍ଯ୍ୟଟନ ବିଭାଗ ଶାସନ ସଚିବ ବିଶାଳ କୁମାର ଦେବ ରାଜ୍ୟରେ ନୌକାବିହାର ପର୍ଯ୍ୟଟନ ସମ୍ବନ୍ଧିତ ବିଭିନ୍ନ ନୀତିଗତ ବୈଷୟିକ ଆବଶ୍ୟକତା ବିଷୟରେ ଆଲୋଚନା ନିମନ୍ତେ ତଥ୍ୟ ଉପସ୍ଥାପନ କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ ଯେ ରାଜ୍ୟର ନଦୀ ସମୁଦ୍ରରେ ନୌକା-ବିହାର ପର୍ଯ୍ୟଟନର ବ୍ୟାପକ ସୁଯୋଗ ଅଛି। ଏହି ପର୍ଯ୍ୟଟନର ବଜାର ଚାହିଦା ରହିଛି। ପ୍ରକାର ପର୍ଯ୍ୟଟନରେ କୋଭିଡ୍-୧୯ କଟକଣାର ଅନୁପାଳନ ମଧ୍ୟ ସହଜ। ନୌକା-ବିହାର ପର୍ଯ୍ୟଟନକୁ ରାଜ୍ୟର କେତେକ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ୍) ସ୍ଥାନ ସହ ସଂଯୋଜିତ କରି ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ମୁଖ୍ୟସଚିବ ନିର୍ଦ୍ଦେଶ ଦେଇଥିଲେ। ଆଲୋଚନାରୁ ଜଣାପଡିଥିଲା ଯେ ଖୁବ୍ ଶୀଘ୍ର ରାଜ୍ୟରେ ୩ଟି ନୌକା-ବିହାର ପର୍ଯ୍ୟଟନ ପରିପଥ (ସର୍କିଟ୍) ଆରମ୍ଭ କରାଯାଇପାରିବ। ଏଗୁଡିକ ହେଲା ମହାନଦୀ, ଭିତରକନିକା, ଚିଲିକା ଏବଂ ଜାତୀୟ ଜଳପଥ-୫। ଭିତରକନିକା ସର୍କିଟ୍ରେ ଚାନ୍ଦବାଲି-ଆରଡି-ଧାମରା-ଖୋଳା ଏବଂ ଭିତରକନିକା ସ୍ଥିତ ଇକୋ-ସ୍ପଟ୍ ଗୁଡିକୁ ସଂଯୋଜିତ କରି ରାତ୍ରୀ ଏବଂ ଦିନିଆ ନୌକା-ବିହାର ପର୍ଯ୍ୟଟନ ଆୟୋଜନ କରାଯାଇ ପାରିବ। ସେହିପରି ଚିଲିକା ସର୍କିଟ୍ରେ ଚିଲିକା-କାଳିଜାଇ-ନଳବନ-ହନିମୁନ୍ ଦ୍ୱୀପ- ମଙ୍ଗଳାଯୋଡି- ସାତପଡା- ରାଜହଂସ ଦ୍ୱୀପ- ପୁରୀକୁ ସଂଯୋଜିତ କରି ରାତ୍ରୀ ଏବଂ ଦିନିଆ ନୌକା-ବିହାର ପର୍ଯ୍ୟଟନ ଆୟୋଜନ ହୋଇ ପାରିବ। ନୌକା-ବିହାର ପର୍ଯ୍ୟଟନ ସମ୍ୱନ୍ଧିତ ନିୟାମକ, ଆଇନଗତ ଅନୁମତି, ପ୍ରଦୂଷଣ ନିୟମର ଅନୁପାଳନ, ନଦୀ ସମୁଦ୍ର କୂଳରେ ଜେଟ୍ଟିର ବ୍ୟବହାର ଆଦି ବିଷୟରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା। ମୁଖ୍ୟ ଶାସନ ସଚିବ କହିଥିଲେ ପ୍ରକାର ପର୍ଯ୍ୟଟନ ନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ। ଘରୋଇ-ସରକାରୀ ସହଭାଗିତା (ପି.ପି.ପି.) ଭିତ୍ତିରେ ଏହି ପ୍ରକଳ୍ପ ଆରମ୍ଭ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା।

04/09/2020

Leave a Reply

Your email address will not be published. Required fields are marked *

Comments