Bikash Khabar
ବଲାଙ୍ଗୀର ରୁ ବଲିଉଡ

ପଶ୍ଚିମ ଓଡିଶା ବଲାଙ୍ଗୀର ରାଧାରାଣୀ ପଡ଼ାର ବାସିନ୍ଦା ନନ୍ଦକିଶୋର ପଦ୍ମାଳୟା ଙ୍କ ପୁଅ ଦେବତ୍ତସ ଦର୍ଜୀ ଏବେ  ବଲିଉଡ଼ ଷ୍ଟାର ଏଭଳି ପରିଚିତି ତାଙ୍କର ଗୋଟିଏ ରାତିରେ ତିଆରି ହୋଇଯାଇନାହିଁ। ଏଥିପାଇଁ ତାଙ୍କୁ ବର୍ଷ ପରେ ବର୍ଷ ଏଭଳି ୧୧ ବର୍ଷ ମୁମ୍ବାଇର ପୃଥ୍ୱୀ ଥିଏଟର ହଲ ଭିତରେ ଝାଳ ବୁହାଇବାକୁ ପଡିଛି  ପୃଥ୍ୱୀ ଥିଏଟର ରେ ଅଭିନୟ କରୁ କରୁ ସେ ସିଲଭର ସ୍କ୍ରିନ ରେ ଅଭିନୟ କରିବାର ସୁଯୋଗ ପାଇଯାନ୍ତି ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଛୋଟ ଦିନରୁ ହିଁ ଅଭିନୟ ପ୍ରତି ରୁଚି ରଖିଥିବା ଦେବତ୍ତସ  ଏବେ ହିନ୍ଦୀ ସିନେମାରେ ଖୋଜି ପାଇଛନ୍ତି ନିଜ ପରିଚୟ ଅନେକ ବାଧା ବିଘ୍ନ ପରେ ସେ ଶେଷରେ ଜଜ ମେଣ୍ଟାଲ ହେ କ୍ୟାସିନେମାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି ଦେବ ଙ୍କ ଅଜା ଜଣେ ରେଡ଼ିଓ କଳାକାର ଭାବେ  ପୂର୍ବରୁ ଅଭିନୟ କରୁଥିବା ବେଳେ ତାଙ୍କ ବାପା ଜଣେ ଗାୟକ ଭାବରେ ବଲାଙ୍ଗୀରରେ ବେଶ ଜଣା ଶୁଣା ଦେବ  ମଧ୍ୟ ପିଲା ଦିନୁ ଅଭିନୟ ପ୍ରତି ଆକୃଷ୍ଟ ହୋଇ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରନ୍ତି ସେହିପରି ବଲାଙ୍ଗିରର ଭୂମିକାଅନୁଷ୍ଠାନ ପକ୍ଷରୁ ତାଙ୍କୁ ଥିଏଟର ଅଭିନୟ କରି ସେ ସାଉଁଟି ଥିଲେ ଅନେକ ପ୍ରଶଂସା ୧୨  ବର୍ଷ ପୂର୍ବରୁ ମୁମ୍ବାଇ ଚାଲିଯାଇଥିବା ଦେବୋ  ସେଠି ଅକ୍ଲାନ୍ତ ପରିଶ୍ରମ ପରେ ଚାରୋଟି ସର୍ଟ ସିନେମାରେ କାମ କରିବାର ସୁଯୋଗ ପାଇଥିଲେ ତେବେ ତାଙ୍କ ଏହି କଳାକୁ ସିନେମା ନିର୍ଦେଶକ ପ୍ରକାଶ ରାଓ ଜାଣିବାକୁ ପାଇଥିଲେ ଶୁକ୍ରବାର ରିଲିଜ ହୋଇଥିବା ଏହି ଫିଲ୍ମ  ରେ କଂଗନା ରଣାବତ୍, ରାଜକୁମାର ରାଓ,ସତୀଶ କୌଶିକ ଙ୍କ ସହ ସେ ଅଭିନୟ କରିବାର ସୁଯୋଗ ପାଇଛନ୍ତି ତେବେ ଏହି ସିନେମାରେ ତାଙ୍କ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ଥିବାବେଳେ ସେ ଡବଲ ଭୂମିକାରେ ଅଭିନୟ କରିଛନ୍ତି   ୱାର୍ଡ ବୟ ଭାବରେ ଗୋଟିଏ ଚରିତ୍ରରେ ଅଭିନୟ କରିଥିବା ବେଳେ ଅନ୍ୟ ଚରିତ୍ରଟି ହନୁମାନ ରୂପେ ଅଭିନୟ କରିଛନ୍ତି ୨୦୧୩ ରେ ସେ ଶେଖର ଘୋଷ ନିର୍ଦେଶିତ ବଲିଉଡ ସିନେମା ସୁପର ସେ ଉପର ରେ ଅଭିନୟ କରିଥିଲେ ୨୦୧୬ ରେ ତାଙ୍କ ପ୍ରଦର୍ଶିତ କ୍ଷୁଦ୍ର ଚଳଚିତ୍ର ସର୍କସ ମସ୍କୋ ଇଣ୍ଟର ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ରେ ପୁରସ୍କୃତ ହୋଇଥିଲା

31/07/2019

Leave a Reply

Your email address will not be published. Required fields are marked *

Comments