Bikash Khabar
ଅଟକିଲା ବାଲ୍ୟ ବିବାହ

 ବଣ ଜଙ୍ଗଲଘେରା ମାଲକାନଗିରି ଜିଲାରେ ଥମୁନାହିଁ ବାଲ୍ୟ ବିବାହ । ଏଠାରେ ଥଇଥାନ ହୋଇଥିବା ବଙ୍ଗ ଶରଣାର୍ଥୀ ଙ୍କ ମଧ୍ୟରେ ବାଲ୍ୟ ବିବାହ ବ୍ୟାପକ ଭାବେ ରହିଥିବା ସାମ୍ନାକୁ ଆସିଛି  । ଚାଇଲ୍‌ଡ ଲାଇନ କାଲିମେଳା ଶାଖା ପକ୍ଷରୁ ଚଢ଼ାଉ କରି ଏପରି ଏକ  ବାଲ୍ୟ ବିବାହକୁ ବନ୍ଦ କରି ଦିଆଯାଇଛି। ସୂଚନା ଅନୁଯାୟୀ, କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତ ଏମପିଭି-୧୧୩ ଗ୍ରାମର ଅନିମେଶ ଚକ୍ରବର୍ତ୍ତୀଙ୍କ ପୁଅ ଅସୀତ ଚକ୍ରବର୍ତ୍ତୀ (୨୪) ଲୁଗେଲଙ୍କ ଆଜି ବିବାହ ପାଇଁ ନିର୍ଧାରିତ ହୋଇଥିଲା। ଏମପିଭି-୫୩ ଗ୍ରାମର ଜଣେ ୧୪ ବର୍ଷୀୟା ନାବାଳିକା ସହ ବିବାହ ପାଇଁ ସ୍ଥିର ହୋଇଥିଲା। ତେବେ ଏନେଇ କୌଣସି ସୂତ୍ରରୁ ସୂଚନା ମିଳିବାରୁ କାଲିମେଳା ଚାଇଲ୍‌ଡ ଲାଇନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଁଞ୍ଚି ବିବାହକୁ ବନ୍ଦ କରିଥିଲେ। କାଲିମେଳା ଚାଇଲ୍‌ଡ ଲାଇନ ମୁଖ୍ୟ କେ.ମିସାଇଲ ରାଜୁଙ୍କ ସହ ଲୁଗେଲ ପଞ୍ଚାୟତର ସୁରପଭାଇଜର ଗୀତାରାଣୀ ଦାଶଙ୍କ ସମେତେ ୫ଜଣିଆ ଟିମ କନ୍ୟାକୁ ଉଦ୍ଧାର କରିଥିଲେ। ଆଜି ସ˚ଧୢା ବେଳେ ସେମାନଙ୍କ ବିବାହ ହେବାର ଥିଲା। କନ୍ୟାଘରେ ଭୋଜିଭାତର ଆସର ଜମି ଆସୁଥିବା ବେଳେ ସ˚ଧୢାରେ କନ୍ୟା ଘରକୁ ବରଯାତ୍ରୀ ମାନେ ଆସିବାର କାର‌୍ୟ୍ୟକ୍ରମ ରହିଥିଲା। ଉକ୍ତ ନାବାଳିକାକୁ ଉଦ୍ଧାର କରାଯାଇ ମାଲକାନଗିରି ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ଚାଇଲ୍‌ଡ ଲାଇନ କାଲିମେଳା ଶାଖା ପକ୍ଷରୁ ଚଢ଼ାଉ କରି ଗୋଟିଏ ବାଲ୍ୟ ବିବାହକୁ ବନ୍ଦ କରି ଦିଆଯାଇଛି। ସୂଚନା ଅନୁଯାୟୀ, କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତ ଏମପିଭି-୧୧୩ ଗ୍ରାମର ଅନିମେଶ ଚକ୍ରବର୍ତ୍ତୀଙ୍କ ପୁଅ ଅସୀତ ଚକ୍ରବର୍ତ୍ତୀ (୨୪) ଲୁଗେଲଙ୍କ ଆଜି ବିବାହ ପାଇଁ ନିର୍ଧାରିତ ହୋଇଥିଲା। ଏମପିଭି-୫୩ ଗ୍ରାମର ଜଣେ ୧୪ ବର୍ଷୀୟା ନାବାଳିକା ସହ ବିବାହ ପାଇଁ ସ୍ଥିର ହୋଇଥିଲା। ତେବେ ଏନେଇ କୌଣସି ସୂତ୍ରରୁ ସୂଚନା ମିଳିବାରୁ କାଲିମେଳା ଚାଇଲ୍‌ଡ ଲାଇନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଁଞ୍ଚି ବିବାହକୁ ବନ୍ଦ କରିଥିଲେ। କାଲିମେଳା ଚାଇଲ୍‌ଡ ଲାଇନ ମୁଖ୍ୟ କେ.ମିସାଇଲ ରାଜୁଙ୍କ ସହ ଲୁଗେଲ ପଞ୍ଚାୟତର ସୁରପଭାଇଜର ଗୀତାରାଣୀ ଦାଶଙ୍କ ସମେତେ ୫ଜଣିଆ ଟିମ କନ୍ୟାକୁ ଉଦ୍ଧାର କରିଥିଲେ। ଆଜି ସ˚ଧୢା ବେଳେ ସେମାନଙ୍କ ବିବାହ ହେବାର ଥିଲା। କନ୍ୟାଘରେ ଭୋଜିଭାତର ଆସର ଜମି ଆସୁଥିବା ବେଳେ ସ˚ଧୢାରେ କନ୍ୟା ଘରକୁ ବରଯାତ୍ରୀ ମାନେ ଆସିବାର କାର‌୍ୟ୍ୟକ୍ରମ ରହିଥିଲା। ଉକ୍ତ ନାବାଳିକାକୁ ଉଦ୍ଧାର କରାଯାଇ ମାଲକାନଗିରି ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

11/03/2019

Leave a Reply

Your email address will not be published. Required fields are marked *

Comments