Bikash Khabar
ବିଶ୍ଵନାଥ ଙ୍କ ବିଶ୍ୱସ୍ତନୀୟତା,ପାଇଥିବା ୪୯.୫୦୦ ଟଙ୍କା ଫେରାଇ ମାନବିକତାର ପ୍ରମାଣ ଦେଲେ

 ସ୍ୱଚ୍ଛ ମଣିଷପଣିଆ  ଆଗରେ ହାର୍ମାନିଗଲା ଲୋଭ ଏହା ପ୍ରମାଣ କରି ଦେଖାଇଛନ୍ତି ମୋ ବସ୍ଡ୍ରାଇଭର ବିଶ୍ବନାଥ ଖଟୁଆ ବସ ସିଟ ଉପରେ ପଡିଥିବା ଟଙ୍କାରେଭର୍ତ୍ତି ବ୍ୟାଗ କୁ ଫେରାଇଦେଇ ବସ୍ତୁବାଦୀ କୁହାଯାଉଥିବା ସହର ରେ ମଧ୍ୟ ମାନବିକତାର ଚେତନା ତିଷ୍ଟିରହିଥିବା ସେ ପ୍ରମାଣିତ କରାଇଛନ୍ତି

ସ୍ମାର୍ଟ ସହର ଭୁବନେଶ୍ୱର ରେ ଚାଲୁଥିବା ମୋ ବସ ଡ୍ରାଇଭର  ବିଶ୍ବନାଥ ବୁଧବାର ସକାଳ ୯ଟାରେ ରୁଟ୍ନଂ ୨୫ ମଞ୍ଚେଶ୍ବର ଡିପୋକୁ ବସ୍ନେଇ ଯାଉଥିବା ବେଳେ ଗୋଟିଏ ସିଟ୍ଉପରେ ଏକ ବ୍ୟାଗ୍ ଥିବା ଦେଖିଲେ। ଗାଡ଼ିରେ କେହି ଯାତ୍ରୀ ନଥିବାରୁ ଏହି ବ୍ୟାଗ୍ଟି କାହାର, କାହିଁକି ଛାଡ଼ିଲା, ତାହା ଜାଣି ପାରିନଥିଲେ। ଏହାପରେ ସେ ବ୍ୟାଗ୍ଖୋଲି ଦେଖନ୍ତି ସେଥିରେ ୪୯,୫୦୦ଟଙ୍କା ଅଛି। ଏତେ ଟଙ୍କା ଦେଖି ସେ ତୁରନ୍ତ ଗାଡ଼ିରୁ ଓହ୍ଲାଇ କାହା ବ୍ୟାଗ୍ ବୋଲି ପଚାରିଲା ବେଳକୁ ଗାଡ଼ି ନିକଟରେ କେହି ଯାତ୍ରୀ ନଥିଲେ। ପ୍ରାୟ ଦୁଇ ଘଣ୍ଟା କାଳ ସେ ସେହିଠାରେ ଉପସ୍ଥିତ ଥିଲେ ହେଁ କେହି ଆସିନଥିଲେ। ତେଣୁ ସେ ବ୍ୟାଗ୍ଟିକୁ ଆଣି କ୍ରୁଟ୍କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଟଙ୍କାର ମାଲିକ ଙ୍କ ସଂପର୍କରେ କୌଣସି ସୂଚନା ମିଳିନି କ୍ରୁଟ୍କର୍ତ୍ତୃପକ୍ଷଙ୍କ ନିକଟରେ ବିଶ୍ଵନାଥ ଫେରାଇଥିବା ଟଙ୍କା ରହିଛି  ଆବଶ୍ୟକୀୟ ପ୍ରମାଣ ଦେଇ ଟଙ୍କା ନେଇଯିବାକୁ କ୍ରୁଟ୍କର୍ତ୍ତୃପକ୍ଷ ନିବେଦନ କରିଛନ୍ତି

28/06/2019

Leave a Reply

Your email address will not be published. Required fields are marked *

Comments