Bikash Khabar
ବସ୍ ପାଲଟିଲା କୋଭିଡ୍ ଟେଷ୍ଟ ସେଣ୍ଟର

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ିଚାଲିଛି। ଗତ ୨୪ ଘଣ୍ଚା ମଧ୍ୟରେ ୪୨୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭, ୧୫୨ ଛୁଇଁଛି। ଯଦିଓ କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା ପଡ଼େଶୀ ମହାରାଷ୍ଟ୍ର ତୁଳନାରେ ଢ଼େର କମ୍ ରହିଛି, ହେଲେ ରାଜ୍ୟ ସରକାର କରୋନା ପରୀକ୍ଷା ସଂଖ୍ୟା ବଢ଼ାଇ ଚାଲିଛନ୍ତି। ତେଣୁ ବସ ଗୁଡ଼ିକୁ କୋଭିଡ୍ ଟେଷ୍ଟ ସେଣ୍ଟରରେ ପରିଣତ କରାଯାଇଛି।ସୋମବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ସରକାରଙ୍କ ପରିବହନ ବିଭାଗର ବସ୍ ଗୁଡିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ରେଡ୍ ଜୋନ ଗୁଡ଼ିକରେ ଏହି ବସ୍ ଗୁଡ଼ିକ ଛିଡ଼ା ହେବ। ଏହି ସମୟରେ ଲୋକମାନେ କରୋନା ପରୀକ୍ଷା କରିବେ। ଯେଉଁମାନେ ଆକ୍ରାନ୍ତ ଥିବେ ଜଣାପଡ଼ିବ ସେମାନଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯିବ। ପ୍ରତ୍ୟେକ ବସକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମେ ପ୍ରବେଶ କରିବା ବେଳେ ପରାମର୍ଶ କେନ୍ଦ୍ର ରହିଛି ଭିତରକୁ ଗଲେ ପରୀକ୍ଷା କେନ୍ଦ୍ର ରହିଛି। କରୋନା ପରୀକ୍ଷା ବେଳେ ସମ୍ପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଆଯିବ।ସୂଚନାଯୋଗ୍ୟ, ରାଜ୍ୟରେ ଏଯାବତ ୮୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍ ୪୨୬ ଜଣ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ୪୦୫ ଚିତିତ୍ସାଧୀନ ରହିଛନ୍ତି। ୩୧ ଜଣଙ୍କର ମୃତ୍ୟୁ ଘଟିଛି।

12/05/2020

Leave a Reply

Your email address will not be published. Required fields are marked *

Comments