Bikash Khabar
ଜଳଭଣ୍ଡାର ରେ ହେବ ପଞ୍ଜୁରୀ ଭିତରେ ମାଛ ଚାଷ

ରାଜ୍ୟରେ ମଧୁର ଜଳ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ ପଞ୍ଜୁରୀ ଭିତରେ ମାଛ ଚାଷ କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥି ପାଇଁ ପ୍ରଥମ ପର୍ଯ୍ୟାୟରେ ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ହୀରାକୁଦ ଜଳଭଣ୍ଡାରକୁ ବଛାଯାଇଛି। ଏହି ଅଭିନବ ଜ୍ଞାନକୌଶଳ ମାଧ୍ୟମରେ ପ୍ରଚୁର ମାଛ ଉତ୍ପାଦନ ହୋଇପାରିବ ରାଜ୍ୟରେ ମାଛର ଆବଶ୍ୟକତା ପୂରଣ ହୋଇପାରିବ ବୋଲି ସରକାର ଆକଳନ କରିଛନ୍ତି।ପଞ୍ଜୁରୀ ଭିତରେ ମାଛ ଚାଷ ନିମନ୍ତେ ହୀରାକୁଦ ଜଳଭଣ୍ଡାରକୁ ୫ଟି ଜୋନ୍ ଏବଂ ୧୦୦ଟି ସବ୍ଜୋନ୍ରେ ବିଭକ୍ତ କରାଯାଇଛି, ଯେଉଁଥିରେ ପ୍ରାୟ ୨୪୦୦ ପଞ୍ଜୁରୀ ସ୍ଥାପନ କରାଯାଇ ପାରିବ। ଏହି ସ୍ଥିରୀକୃତ ସବ୍ ଜୋନ୍ଗୁଡ଼ିକ ମୁଖ୍ୟତଃ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି, ମତ୍ସ୍ୟ ଚାଷୀ, ଘରୋଇ ଉଦ୍ୟୋଗୀ ଏବଂ କମ୍ପାନିମାନଙ୍କୁ ଲିଜ୍ ସୂତ୍ରରେ ପ୍ରଦାନ କରାଯିବ। ପ୍ରତ୍ୟେକ ସବ୍ଜୋନ୍ରେ ପଞ୍ଜୁରୀ ନିମନ୍ତେ ୬୦୦ ବର୍ଗ ମିଟର ପରିମିତ ଜଳଭାଗ ରହିବ ଏବଂ ସେଥିରେ ମିଟର ଲମ୍ବ, ମିଟର ପ୍ରସ୍ଥ, ମିଟର ଗଭୀରତା ବିଶିଷ୍ଟ ୨୪ଟି ଆୟତାକାର ପଞ୍ଜୁରୀ କିମ୍ବା ୧୬ ମିଟର ବ୍ୟାସ ବିଶିଷ୍ଟ ୩ଟି ଗୋଲାକାର ପଞ୍ଜୁରୀ ସ୍ଥାପନ କରାଯାଇ ପାରିବ। ପ୍ରତି ଆୟତାକାର ପଞ୍ଜୁରୀରୁ ୩୦୦୦ କି.ଗ୍ରା. ପର୍ଯ୍ୟନ୍ତ ମାଛ ଉତ୍ପାଦନ କରାଯାଇ ପାରିବ। ଏଥିରେ ଭାକୁର, ରୋହି, ମିରିକାଳି, ଅମୁର କାର୍ପ, ଜଳଙ୍ଗ, ଏକଲିଙ୍ଗ ବିଶିଷ୍ଟ ଗିଫ୍ଟ୍ ଟିଲାପିଆ, ଭେକ୍ଟି, ଖୁରାଣ୍ଟ ବଟର୍ କ୍ୟାଟ୍ ଫିସ୍ (କଣ୍ଟିଆ) ଇତ୍ୟାଦି ପ୍ରଜାତିର ମାଛ ଚାଷ ନିମନ୍ତେ ଅନୁମତି ପ୍ରଦାନ କରାଯିବ। ପଞ୍ଜୁରୀ ଭିତରେ ମାଛ ଚାଷ ପାଇଁ ପ୍ରସ୍ତୁତ ନୀତି ନିୟମ ସମୂହରେ ଜଳର ଗୁଣବତ୍ତା ରକ୍ଷା, ପଞ୍ଜୁରୀ ପରିଚାଳନା ମାଛ ମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ସ୍ୱତନ୍ତ୍ର ସର୍ତ୍ତ ରଖାଯାଇଛି। ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ମତ୍ସ୍ୟ ନିର୍ଦ୍ଦେଶାଳୟ ମାଧ୍ୟମରେ ଆଗ୍ରହୀ ମତ୍ସ୍ୟଚାଷୀ, ଉଦ୍ୟୋଗୀ ମାନଙ୍କ ଠାରୁ ଦୀର୍ଘମିଆଦି ଲିଜ୍ ନିମନ୍ତେ (ପ୍ରଥମେ ପାଞ୍ଚ ବର୍ଷ ପରେ ଅଧିକ ପାଞ୍ଚବର୍ଷ ବୃଦ୍ଧି ସହିତ) ଏକ୍ସପ୍ରେସନ୍ଅଫ୍ ଇଣ୍ଟ୍ରେଷ୍ଟ୍ମଗାଯାଇଛି। ସଂକ୍ରାନ୍ତରେ ସବିଶେଷ ତଥ୍ୟ ବିଭାଗର ୱେବ୍ସାଇଟ୍ରେ ଉପଲବ୍ଧ କରାଯାଇଛି।

 

04/08/2020

Leave a Reply

Your email address will not be published. Required fields are marked *

Comments