Bikash Khabar
ଅନଲାଇନ ଠକେଇ ହେଲେ ଟଙ୍କା ଫେରାଇବ ବ୍ୟାଙ୍କ

 ଅନ୍ଲାଇନ୍ରେ ବ୍ୟାଙ୍କ ଜମାଖାତାରୁ ଟଙ୍କା ହଡପ୍ହେଲେ ଦିନ ଭିତରେ ଖାତା ଥିବା ବ୍ୟାଙ୍କରେ ଗ୍ରାହକ ପ୍ରଥମେ ଅଭିଯୋଗ କରିପାରିବେ। ଯଦି ଗ୍ରାହକ ନିଜର କାର୍ଡ ନମ୍ବର, କାର୍ଡର ଅବଧି, ସିଭିସି ନମ୍ବର, ଓଟିପି ନମ୍ବର ସାଇବର ଅପରାଧୀଙ୍କୁ ଦେଇ ନଥିବେ, ତେବେ ସମସ୍ତ ଟଙ୍କା ବ୍ୟାଙ୍କ ମାଧ୍ୟମରେ ଗ୍ରାହକ ଫେରସ୍ତ ପାଇବେ। ରିଜର୍ଭ ବ୍ୟାଙ୍କ ଅଫ୍ଇଣ୍ତିଆ(ଆରବିଆଇ ) ଏଭଳି ନିୟମାବଳୀ ଥିବା ସତ୍ତ୍ବେ ଅନେକ ବ୍ୟାଙ୍କ କର୍ତ୍ତୃପକ୍ଷ ତାହା ପାଳନ କରୁନାହାନ୍ତି। କ୍ରାଇମ୍ବ୍ରାଞ୍ଚ ଉକ୍ତ ବ୍ୟାଙ୍କଗୁଡ଼ିକୁ ତାଗିଦ କରିଥିବା ବେଳେ ଗ୍ରାହକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବୁଧବାର ଏକ ପରାମର୍ଶବଳୀ ରାଜ୍ୟର ସମସ୍ତ ବ୍ୟାଙ୍କ ଅଧିକାରୀ ଗ୍ରାହକଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଛି। ରିଜର୍ଭ ବ୍ୟାଙ୍କ ଅଫ୍ଇଣ୍ତିଆ ପକ୍ଷରୁ ୨୦୧୭ ଜୁଲାଇ ତାରିଖରେ ଠକେଇର ଶିକାର ହୋଇଥିବା ଗ୍ରାହକମାନେ ଠକେଇ ˚କ୍ରାନ୍ତରେ ନିଜ ବ୍ୟାଙ୍କରେ ପ୍ରଥମେ ଅଭିଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିପାଇଁ ବ୍ୟାଙ୍କରେ ଅଭିଯୋଗ ଗ୍ରହଣ କରିବା ପାଇଁ ଏକ ସ୍ବତନ୍ତ୍ର ସେଲ୍କାର୍ଯ୍ୟକାରୀ କରିବାକୁ ଆରବିଆଇ ପକ୍ଷରୁ କୁହାଯାଉଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ହେଉନାହିଁ। ଅଯଥାରେ କ୍ରାଇମ୍ବ୍ରାଞ୍ଚର ସାଇବର ସେଲ୍ଏବ˚ ପୁଲିସ ଥାନାରେ ଠକେଇ ମାମଲାର ଚାପ ବଢ଼ୁଛି। ନିୟମ କାର୍ଯ୍ୟକାରୀ କରିବାକୁ କ୍ରାଇମ୍ବ୍ରାଞ୍ଚ ରାଜ୍ୟର ସମସ୍ତ ବ୍ୟାଙ୍କଗୁଡ଼ିକୁ ତାଗିଦ କରିଛି। ନିଜର ବ୍ୟାଙ୍କ, ଇନକମ ଟ୍ୟାକ୍ସ, ଇନ୍ସ୍ୟୁରାନ୍ସ ଏକାଣ୍ଟର ତଥ୍ୟ, ଫୋନ, -ମେଲ୍ମେସେଜ ମାଧ୍ୟମରେ ନଦେବାକୁ ପରାମର୍ଶ ଦିଆଯାଇଛି। ଇଣ୍ଟରନେଟ୍କିମ୍ବା କୋର ବ୍ୟାଙ୍କି ନଥିବା ବ୍ୟାଙ୍କରେ ଏକାଉଣ୍ଟ ଖୋଲିବା ସୁରକ୍ଷିତ ନୁହେଁ। ମାଗଣା ଵାଇ ଫାଇ ଜୋନ୍ରେ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରିବା ଅନୁଚିତ। ଡେବିଟ୍କିମ୍ବା କ୍ରେଡିଟ୍କାର୍ଡ କୌଣସି ସନ୍ଦେହଜନକ ଅର୍ଥ କାରବାର ହେଲେ ତୁରନ୍ତ ବ୍ୟାଙ୍କ ଏବ˚ ଥାନାରେ ଲିଖିତ ଅଭିଯୋଗ କରିବାକୁ କହିଛି କ୍ରାଇମ୍ବ୍ରାଞ୍ଚ।ସୂଚନା ଯୋଗ୍ୟଯେ ଅନଲାଇନ  ରେ ବେନଗଦୀ କାରବାର ବଢୁଥିବା ବେଳେ ତଳ ଦେଇ ସାଇବର ଠକ ଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି।

18/07/2019

Leave a Reply

Your email address will not be published. Required fields are marked *

Comments