Bikash Khabar
ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଓ ପ୍ରଶ୍ନପତ୍ରରେ ଲାଗିବ କୋଡ

 ମାଟ୍ରିକ୍ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହାକୁ କିପରି ରୋକାଯାଇପାରିବ ସେଥିପାଇଁ ଯୋଜନା କରିଛି ବିଦ୍ୟାଳୟ ଗଣଶିକ୍ଷା ବିଭାଗ। ଆସନ୍ତାବର୍ଷଠାରୁ ରାଜ୍ୟର ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବ ବୋଲି ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ଭାଇରାଲକୁ ରୋକିବା ପାଇଁ କେବଳ ସିସିଟିଭି ନୁହେଁ ଆଉ ଏକ ପନ୍ଥାଚିନ୍ତା କରିଛି  ବିଭାଗ। ଆସନ୍ତାବର୍ଷଠାରୁ ପ୍ରତି ପ୍ରଶ୍ନପତ୍ରରେ ଏକ ସିକ୍ରେଟ୍କୋଡ୍ରହିବ। ପ୍ରଶ୍ନପତ୍ର ଭାଇରାଲ ହେଲେ ତାହା କେଉଁ ପରୀକ୍ଷା କେନ୍ଦ୍ରରୁ ଏବଂ କାହାଦ୍ୱାରା ହୋଇଛି ତାହା ଅତି ସହଜରେ ଜଣାପଡ଼ିଯିବ ବୋଲି କୁହାଯାଇଛି ସେହିପରି ପ୍ରଶ୍ନପତ୍ର ଭାଇରାଲ ହେଉଥିବାରୁ ଓଟିଇଟି ଓଏସ୍ଏସ୍ଟିଇଟି ଏଥର ଅନ୍ଲାଇନ୍ରେ ହେବ। କୌଣସି ପ୍ରକାର ଲିଖିତ ପରୀକ୍ଷା ହେବ ନାହିଁ। କାରଣ ପ୍ରଶ୍ନପତ୍ର ଭାଇରାଲକୁ ଆମେ ଡରୁଛୁ। ସ୍କୁଲରେ ପ୍ରଶ୍ନପତ୍ର ରହିବା ପରେ କେତେଜଣ ଅସାଧୁ କର୍ମଚାରୀ, ଶିକ୍ଷୟିତ୍ରୀ, ଶିକ୍ଷକ ତାହାକୁ ଲିକ୍କରୁଛନ୍ତି। ଏସବୁକୁ ପ୍ରତିହତ କରିବା ପାଇଁ ମାଟ୍ରିକ୍ ମଧ୍ୟମା ବ୍ୟତୀତ ସବୁ ପରୀକ୍ଷା ଅନ୍ଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସଚିବ ମହାପାତ୍ର କହିଛନ୍ତି।

22/05/2019

Leave a Reply

Your email address will not be published. Required fields are marked *

Comments