Bikash Khabar
ଭାରତର ତିନି ସଶସ୍ତ୍ର ବାହିନୀ ମଧ୍ୟରେ ସମନ୍ୱୟ ପାଇଁ ରହିବେ ‘ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌’-ସେନା ହେବ ଅଧିକ ସୁଦୃଢ

 ଭାରତୀୟ ସେନା, ଭାରତୀୟ ନୌସେନା ଏବଂ ଭାରତୀୟ ବାୟୁସେନାର ଅଭିଯାନରେ ସମନ୍ଵୟ ରକ୍ଷା କରିବାକୁ ଚିଫ୍ଅଫ୍ଡିଫେନ୍ସ୍ଷ୍ଟାଫ୍ପଦବୀ ସୃଷ୍ଟି କରାଯିବ ବୋଲି ଗୁରୁବାର ଦିନ ଲାଲ୍କିଲାରେ ୭୩ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୩ ତମ ସ୍ବାଧୀନତା ଦିବସ ଅବସର ରେ ଲାଲକିଲ୍ଲା ଉପରୁ ତ୍ରିରଙ୍ଗା ଉତ୍ତୋଳିତ କରି  ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଶସସ୍ତ୍ର ବାହିନୀ ହେଉଛି ଆମ ଭାରତର ଗର୍ବ। ପରିବର୍ତ୍ତିତ ପରିସ୍ଥିତିରେ ସେନା ବାହିନୀ ମଧ୍ୟରେ ସମନ୍ଵୟ ରକ୍ଷା କରାଯିବାର ଆବଶ୍ୟକତା ରହିଛି।ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ: ଆମ ସେନା ହେଉଛି ଆମ ଦେଶ ପାଇଁ  ଗୌରବ। ସେନାବାହିନୀଙ୍କ ମଧ୍ୟରେ ସମନ୍ଵୟ ନିବିଡ଼ କରାଇବାକୁ ଲାଲ୍କିଲାରୁ ମୁଁ ଏକ ବଡ଼  ନିଷ୍ପତ୍ତି ଘୋଷଣା କରିବାକୁ ଚାହୁଁଛି: ଭାରତରେ ଜଣେ ଚିଫ୍ଅଫ୍ଡିଫେନ୍ସ୍ଷ୍ଟାଫ୍ରହିବେ।ସେ କହିଲେ ଯେ, ତିନି ବାହିନୀର ମୁଖ୍ୟ ସିଡିଏସ୍ସେମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବା ସହ ସେମାନଙ୍କ ପ୍ରତି ଫଳପ୍ରଦ ନେତୃତ୍ୱ ପ୍ରଦାନ କରିବେ।

15/08/2019

Leave a Reply

Your email address will not be published. Required fields are marked *

Comments