Bikash Khabar
ଗର୍ଭବତୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର,ଆରମ୍ଭ ହେଲା ସୁମନ ଯୋଜନା

ଗର୍ଭବତୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଆଉ ଏକ ନୂଆ ଯୋଜନା ହାତକୁ ନିଆଯାଇଛି ଏହି  ସୁମନ ଯୋଜନା ଆରମ୍ଭ ଅବସର ରେ ଦେଶର ମାତୃ ଶିଶୁ ମୃତ୍ୟୁ ହାର କୁ ହ୍ରାସ କରାଯିବା ବଡ଼ ଲକ୍ଷ ରହିଛି ବୋଲି ସୂଚନା ପ୍ରଦାନ କରାଯାଇଛି ଏହି ଯୋଜନା ଅନ୍ତର୍ଗତ ଗର୍ଭବତୀଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ସୁରକ୍ଷିତ ମାତୃତ୍ୱ ଲାଗି ପୂର୍ବରୁ ସରକାର ଅନେକ ପ୍ରକାର ଯୋଜନା କରିଥିଲେ ହେଁ ସୁମନ ଯୋଜନା ସେ ସବୁ ଠାରୁ ଭିନ୍ନ ସମ୍ପ୍ରତି ଦେଶର ୮୦ ପ୍ରତିଶତ ଗର୍ଭବତୀ ସରକାରୀ ହସ୍ପିଟାଲରେ ଅଭିଜ୍ଞ ଏବଂ ତାଲିମପ୍ରାପ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହାୟତାରେ ପ୍ରସବ କରୁଛନ୍ତି। ତେବେ ଏହାକୁ ଶତ ପ୍ରତିଶତରେ ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଏହି ଯୋଜନାରେ ପ୍ରସୂତୀ ଏବଂ ନବଜାତ ଶିଶୁଙ୍କୁ ମାସ ପର୍ଯ୍ୟନ୍ତ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ସୂଚନା ଯୋଗ୍ୟଯେ ପ୍ରଥମ ମାସ ନବଜାତ ଶିଶୁ ମା ଲାଗି ଅତ୍ୟନ୍ତ ଜଟିଳ ମାଗଣା ଆମ୍ବୁଲାନ୍ସ ସେବା ଜନନୀ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ଦିଗରେ କିଛିଟା ସଫଳତା ଦେଖିବାକୁ ମିଳିଛି    

12/10/2019

Leave a Reply

Your email address will not be published. Required fields are marked *

Comments