Bikash Khabar
କତାଶିଳ୍ପ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ,କଞ୍ଚାମାଲ ଯୋଗାଇଦେବାକୁ ଅଧିକାରୀଙ୍କୁ ଦେଲେ ପରାମର୍ଶ

ଫନି ବାତ୍ୟା ରେ ଉପକୂଳ ଓଡ଼ିଶାର ନଡ଼ିଆ ଚାଷ ଉଜୁଡି ଯାଇଛି। କତା କୁ ନିର୍ଭର କରି ଯେଉଁମାନେ ଜୀବିକା କରିଥିଲେ ତାହା ମଧ୍ୟ ବାତ୍ୟା ପରବର୍ତ୍ତୀ ସମୟରେ ଦୁର୍ବିସହ ହୋଇ ପଡିଛି ନଡ଼ିଆ ଉତ୍ପାଦନ ଏକ ପ୍ରକାର କମି ଯାଇଥିବା ବେଳେ କତା ସଂଗ୍ରହ ମଧ୍ୟ କମି ଯାଇଛି।ଭବିଷ୍ୟତରେ କତା ମିଳିଲେ ଏଥିସହ ଜଡିତ ଜୀବିକା ବୁଡ଼ିଯିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗି ଙ୍କୁ ପାଖରେ ପାଇ ଏମିତି ଦୁଃଖ ବଖାଣିଥିଲେ ପିପିଲି ଅଞ୍ଚଳର କତା ଶିଳ୍ପର ଶ୍ରମିକ କାରିଗର ମାନେ। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଶନିବାର ପିପିଲି ବ୍ଲକର ସାତଶଙ୍ଖ ନିକଟବର୍ତ୍ତି ସିରିଆପୁର ଗ୍ରାମକୁ ଯାଇ କତାଶିଳ୍ପ କାରଖାନା ବୁଲି ଦେଖିଥିଲେ ଲଘୁ ଉଦ୍ୟୋଗ ବିଭାଗର ବହୁ ଅଧିକାରୀଙ୍କୁ ନେଇ ମନ୍ତ୍ରୀ ଶ୍ରୀଷଡଙ୍ଗୀ ସାତଶଙ୍ଖ ସିରିଆପୁର ଗ୍ରାମର କୃଷ୍ଣଚନ୍ଦ୍ର ବରାଳଙ୍କ କତାଶିଳ୍ପ ପ୍ରତିଷ୍ଠାନକୁ ପରିଦର୍ଶନ କରିଥିଲେ। ସେଠାରେ କାର୍ୟ୍ୟରତ ୧୦କର୍ମଚାରୀଙ୍କ ମଧ୍ୟରେ ୮ଜଣ ମହିଳା କାମ କରୁଥିବାର ଦେଖି ମନ୍ତ୍ରୀ ନିଜର ଖୁସି ବ୍ୟକ୍ତ କରିଥିଲେ। କତାରୁ ଉତ୍ପାଦିତ ସାମଗ୍ରୀର ବଜାର ଚାହିଦା ଅନୁସାରେ ଉତ୍ପାଦନ ହେଉଛି କି ନାହିଁ ସେ ସଂପର୍କରେ ମନ୍ତ୍ରୀ ପ୍ରତିଷ୍ଠାନର ମାଲିକ କର୍ମଚାରୀଙ୍କୁ ପଚାରି ବୁଝିଥିଲେ। କଞ୍ଚାମାଲର ସହଜ ଉପଲବ୍ଧ ହେବା ସଂପର୍କରେ ମନ୍ତ୍ରୀ ପଚାରି ବୁଝିବା ସହିତ କତାଶିଳ୍ପର ଅଭିବୃଦ୍ଧି ପାଇଁ ଆବଶ୍ୟକ ସ୍ଥଳେ କୋ-ଅପରେଟିଭ୍ ସୋସାଇଟି ଗଠନ କରିବାକୁ ଶିଳ୍ପାନୁଷ୍ଠାନ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ସାମୁଦ୍ରିକ ବାତ୍ୟା ଫଣି'ରେ ସମଗ୍ର ପୁରୀଜିଲ୍ଲାର ନଡିଆଗଛ କ୍ଷତିଗ୍ରସ୍ତ ହୋଇଥିବାରୁ କଞ୍ଚାମାଲ ତଥା ନଡିଆକତାର ଅଭାବ ରହିଥିବା ସଂପର୍କରେ କତାଶିଳ୍ପ ପ୍ରତିଷ୍ଠାନ ମାଲିକମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ବାହାର ରାଜ୍ୟରୁ କଞ୍ଚାମାଲ ଆଣି ଯୋଗାଇବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସେଠାରେ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

11/08/2019

Leave a Reply

Your email address will not be published. Required fields are marked *

Comments