Bikash Khabar
ବୁଲବୁଲ କ୍ଷୟ କ୍ଷତି ଆକଳନ ପାଇଁ ରାଜନଗର ରେ ପହଁଚିଲେ କେନ୍ଦ୍ରୀୟ ଟିମ

 ବୁଲବୁଲ କ୍ଷୟକ୍ଷତିର ଅନୁଧ୍ୟାନ କରୁଥିବା କେନ୍ଦ୍ରୀୟ ଟିମ୍ ଆଜି ରାଜନଗରରେ ପହଂଚିଛନ୍ତି ସେଠାରେ ବୁଲବୁଲ କ୍ଷୟକ୍ଷତିର ଅନୁଧ୍ୟାନ କରୁଛି ଏହି ଟିମ ୨ଟି ଦଳରେ ଭାଗ ହୋଇ ପ୍ରଭାବିତ ଜିଲ୍ଲା ବୁଲିବାର କାର୍ଯ୍ୟକ୍ରମ ରହିଛି ପ୍ରଥମ ଟିମ ଚାନ୍ଦବାଲି ବାସୁଦେବପୁରରେ ବାତ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିବେ ଅପରାହ୍ନରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଗସ୍ତ କରିବେ ସେହିପରି ଦ୍ୱିତୀୟ ଟିମ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକରେ ଅନୁଧ୍ୟାନ କରୁଛି ଅପରାହ୍ଣରେ ଜଗତସିହଂପୁର ଜିଲ୍ଲାର କୁଜଙ୍ଗ ଏରସମା ସ୍ଥିତି ଅନୁଧ୍ୟାନ କରିବ ଟିମ ସନ୍ଧ୍ୟାରେ ଏହି ଦୁଇଟି ଟିମ ଲୋକସେବା ଭବନରେ ମୁଖ୍ୟଶାସନ ସଚିବଙ୍କ ସହ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ଗୁରୁବାର ଏହି ଟିମ ଭଦ୍ରକର ଚାନ୍ଦବାଲି ପ୍ରଭାବିତ ଅଂଚଳ ବୁଲିଛନ୍ତି ଏଥିସହ ଧାମରାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିଛନ୍ତି ସେଠାକାର ଲୋକମାନଙ୍କ ମତାମତ ମଧ୍ୟ ନେଇଛନ୍ତି

15/11/2019

Leave a Reply

Your email address will not be published. Required fields are marked *

Comments