Bikash Khabar
କ୍ଷୟକ୍ଷତି ଆକଳନ ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ

ସାମୁଦ୍ରିକ ଝଡ଼ ଫୋନି ରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ସୋମବାର ଠାରୁ କେନ୍ଦ୍ରୀୟ ଟିମ ଭୁବନେଶ୍ୱର ରେ ପହଂଚିଛନ୍ତି କେନ୍ଦ୍ର  ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ୧୧ ଜଣିଆ କେନ୍ଦ୍ରୀୟ ଟିମ କ୍ଷୟକ୍ଷତିର ଆକଳନ କରିବେ ଏହି ଟିମରେ ବିଭିନ୍ନ ବିଭାଗର ଅଧିକାରୀ ରହିଛନ୍ତି। ସମୀକ୍ଷା ପୂର୍ବରୁ ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ଟିମ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହିତ ଆଲୋଚନା ମଧ୍ୟ କରିଛି। ସୂଚନା ଯୋଗ୍ୟ, କେନ୍ଦ୍ରୀୟ ଟିମ ଦୁଇ ଭାଗରେ ବିଭକ୍ତ ହୋଇ ଏହି ସମୀକ୍ଷା କରିବେ। ସମସ୍ତ ସମୀକ୍ଷା ପରେ ରାଜ୍ୟ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ଟିମ ଦିନ ସମୀକ୍ଷା କରିବେ। ଫନିରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲାକୁ ପ୍ରଥମେ ଗ୍ରସ୍ତ କରିବେ। ମଙ୍ଗଳବାର ବୁଧବାର କଟକ ଭୁବନେଶ୍ୱରରେ କ୍ଷୟକ୍ଷତି ଆକଳନ କରିବେ ବୋଲି ଜଣାପଡ଼ିଛି। ବୁଧବାର ସନ୍ଧ୍ୟାରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ସୂଚନା ଯୋଗ୍ୟଯେ ଏହି ପ୍ରଳୟଙ୍କରୀ ବାତ୍ୟାରେ ୧୦ ମିଲିୟନ ଜନଗଣ ପ୍ରଭାବିତ ହେବ ସାଙ୍ଗକୁ ୧୪ ହଜାର ଗାଁ ରେ ପ୍ରତିକୂଳ ପ୍ରଭାବ ପଡିଛି ୫୦ ପ୍ରତିଶତ ଫସଲ ଉଜୁଡି ଯାଇଛି ହଜାର ସ୍କୁଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ହଜାର ଜନସ୍ୱାସ୍ଥ୍ୟ ସୁବିଧା ବାଧାପ୍ରାପ୍ତ ହୋଇଛି ବାତ୍ୟାର ୧୧ ଦିନ ପରେ ପୁରୀଜିଲ୍ଲାର ଅନେକ ଗାଁ କୁ ପ୍ରଶାସନ ପହଂଚିପାରିନି ସମଗ୍ର ପୁରୀ ଅନ୍ଧକାର କବ୍ଜାରେ ରହିଥିବାବେଳେ ଭୁବନେଶ୍ୱର ରେ ଏବେବି ସମ୍ପୂର୍ଣ୍ଣ ଭାବେ ବିଜୁଳି ବ୍ୟବସ୍ଥା ସଜଡା ଯାଇପାରିନି ଆଜି ଠାରୁ କେନ୍ଦ୍ରୀୟ ଦଳ ତିନିଦିନିଆ ପରିଦର୍ଶନ ଆଲୋଚନା ତଥା ବିଚାରବିମର୍ଶ ଉପରେ କେନ୍ଦ୍ରୀୟ ସହାୟତା ପରିମାଣ ନିର୍ଭର କରୁଛି

13/05/2019

Leave a Reply

Your email address will not be published. Required fields are marked *

Comments