Bikash Khabar
ବାତ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସେବା ଅନୁଧ୍ୟାନ ପାଇଁ ଆସିଛନ୍ତି କେନ୍ଦ୍ରୀୟ ଦଳ

ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ଚିତ୍ର କିପରି ରହିଛି ତାହା ଅନୁଧ୍ୟାନ କରିବା ପାଇଁ ଶନିବାର  ଏକ କେନ୍ଦ୍ରୀୟ ଦଳ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ବିଶ୍ୱବ୍ୟାଙ୍କ୍ ୟୁନିସେଫ୍ଅଧିକାରୀଙ୍କର ଏହି ପ୍ରତିନିଧି ଦଳ  ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଡା ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ସହ ଆଲୋଚନା କରିଛନ୍ତି। ୬ଟି ଦଳରେ ଏହି ପ୍ରତିନିଧି ଦଳ ବିଭିନ୍ନ ବାତ୍ୟା ପ୍ରଭାବିତ ଜିଲା ଗସ୍ତ କରିବେ।

ପ୍ରାପ୍ତ  ସୂଚନା ଅନୁସାରେ ଶନିବାର ହୋଇଥିବା  ଆଲୋଚନା ସମୟରେ ବିଭାଗ ପକ୍ଷରୁ ବାତ୍ୟା ଜନିତ କ୍ଷୟକ୍ଷତି ସଂକ୍ରାନ୍ତରେ କରାଯାଇଥିବା ଆକଳନ ସମ୍ପର୍କରେ କେନ୍ଦ୍ରୀୟ ଦଳକୁ ଅବଗତ କରାଯାଇଥିଲା। ଏଥିସହ ବାତ୍ୟା ପୂର୍ବରୁ ପରେ ବିଭାଗ ପକ୍ଷରୁ ନିଆଯାଇ ଥିବା ସ୍ବାସ୍ଥ୍ୟସେବା ସମ୍ପର୍କିତ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଦଳର ପ୍ରତିନିଧିମାନଙ୍କୁ ସୂଚନା ଦିଆଯାଇଥିଲା।

ଏହି କେନ୍ଦ୍ରୀୟ ପ୍ରତିନିଧିଦଳ ଆଜି ଠାରୁ ଅର୍ଥାତ ମେ  ୨୬ରୁ ୨୮ ତାରିଖ ମଧ୍ୟରେ ବାତ୍ୟା କ୍ଷତିଗ୍ରସ୍ତ ଜିଲା ପରିଦର୍ଶନ କରିବେ। ଆସନ୍ତା ଜୁନ ତାରିଖରେ ସେମାନେ ନିଜର  ରିପୋର୍ଟ ପ୍ରଦାନ କରିବେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାକ୍ତର ରୀତୁ ସିଂହ ଚୌହାନ ଡାକ୍ତର ଅବନୀନ୍ଦ୍ରନାଥ ସାହୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ସହିତ ବ୍ରହ୍ମଗିରି, କୃଷ୍ଣପ୍ରସାଦ, ସତ୍ୟବାଦୀ ବ୍ଲକ ଗସ୍ତରେ ଯିବେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍) ଡାକ୍ତର ଗୌରବ ଗୁପ୍ତା ଡାକ୍ତର ସନ୍ତୋଷ ସାହୁଙ୍କୁ ନେଇ ଗଠିତ ଅନ୍ୟ ଏକ ଦଳ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ବ୍ୟତୀତ କ୍ୟାପିଟାଲ ହସପିଟାଲ, କଟକସ୍ଥିତ ସିଟି ହସ୍ପିଟାଲ ପରିଦର୍ଶନରେ ଯିବେ। ସେହିପରି ୟୁନିସେଫ୍ ଡାକ୍ତର ବ୍ରଜେଶ ରାଜ ମିତ୍ର, ଡବ୍ଲୁଏଚ୍ ଡ଼ାକ୍ତର ଦୀପକ କୁମାର କର ଡାକ୍ତର ଜ୍ଞାନ ଚାନ୍ଦଙ୍କୁ ନେଇ ଗଠିତ ଅନୁଧ୍ୟାନକାରୀ ଦଳ ଯାଜପୁର ଭଦ୍ରକ ଜିଲା ଗସ୍ତରେ ଯିବାକୁ ଥିବାବେଳେ ବିଶ୍ୱବ୍ୟାଙ୍କ୍ ଡାକ୍ତର ସୁରେଶ କୁମାର ୟୁନିସେଫ୍ ଦୀପକ କୁମାର ବିଶ୍ୱାଳଙ୍କୁ ନେଇ ଗଠିତ ଟିମ୍ଜଗତସିଂହପୁର, କେନ୍ଦ୍ରାପଡା ଜିଲା ଗସ୍ତରେ ଯିବେ

 

26/05/2019

Leave a Reply

Your email address will not be published. Required fields are marked *

Comments