Bikash Khabar
ଚୀନର ୪ ହଜାର କୋଟି ମୂଲ୍ୟର ରାକ୍ଷୀ ପାଇଲାନି ଭାରତୀୟ ବଜାର

୨୦୨୦ ରାଖି ପୂର୍ଣ୍ଣିମା ପାଇଁ ଭାରତ ନିର୍ମିତ ରାଖି ଯୋଗୁଁ ଚୀନ୍ ପ୍ରାୟ ୪୦୦୦ କୋଟି ଟଙ୍କା କ୍ଷତି ହୋଇଛି। ଜୁନ୍ ୧୦ ତାରିଖ ଦିନ କନ୍ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ’ (ସିଏଆଇଟି) ବର୍ଷ ହିନ୍ଦୁସ୍ତାନୀ ରାଖିପାଳିବାକୁ ଦେଇଥିବା ଆହ୍ବାନ ଫଳବତୀ ହୋଇଛି। ସିଏଆଇଟିସହଯୋଗରେ ସମଗ୍ର ଦେଶରେ ପ୍ରାୟ କୋଟି ରାଖି ତିଆରି କରାଯାଇଥିଲା। ଘରେ, ଅଙ୍ଗନବାଡ଼ିରେ ବ୍ୟାବସାୟିକ ସେକ୍ଟରରେ କାର୍ଯ୍ୟ କରୁଥିବା ମହିଳାମାନେ ଭାରତୀୟ ସାମଗ୍ରୀ ବ୍ୟବହାର କରି ଏହି ରାଖି ପ୍ରସ୍ତୁତ କରିଥିଲେ। ତେଣୁ, ଏଥର ଗୋଟିଏ ହେଲେ ରାଖି ଚୀନ୍ରୁ ଆମଦାନି ହୋଇନାହିଁ।ସିଏଆଇଟି ଜାତୀୟ ଅଧ୍ୟକ୍ଷ ବିସି ଭର୍ତିଆ ଏବଂ ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲା କହିଛନ୍ତି ଯେ, ଆକଳନ ଅନୁସାରେ, ପ୍ରତିବର୍ଷ ୬୦୦୦ କୋଟି ଟଙ୍କାର ପ୍ରାୟ ୫୦ କୋଟି ରାଖି ବିକ୍ରି ହୋଇଥାଏ। ଗତ କେତେ ବର୍ଷ ହେବ ଚୀନ୍ ନିର୍ମିତ ରାଖି କିଂବା ରାଖି ତିଆରି ସାମଗ୍ରୀ ଆମଦାନି ହେଉଥିଲା। ଚୀନ୍ ସାମଗ୍ରୀ ବର୍ଜନର ପରବର୍ତ୍ତୀ ପଦକ୍ଷେପ ପ୍ରସଙ୍ଗରେ ଭର୍ତିଆ ଏବଂ ଖଣ୍ଡେଲ୍ୱାଲ୍ କହନ୍ତି ଯେ, ଅଗଷ୍ଟ ତାରିଖ ଦିନ ଦେଶର ସମସ୍ତ ବ୍ୟବସାୟୀ ଚୀନ୍ ଭାରତ ଛାଡ଼ଅଭିଯାନ ଆରମ୍ଭ କରିବେ। ସେ ଦିନ ଦେଶର ୮୦୦ରୁ ଅଧିକ ସ୍ଥାନରେ ବ୍ୟବସାୟୀମାନେ ଏକତ୍ର ହୋଇ ଚୀନ୍ ଭାରତ ଛାଡ଼ଡାକରା ଦେବେ।ଭାରତ ସହ ଶତ୍ରୁତା ଆଚରଣ କରୁଥିବା ଏହି ଦେଶ କୁ ଏବେ ବୁଲେଟ ରେ ନୁହଁ ୱାଲେଟ ରେ ଆଟାକର ଫର୍ମୁଲା ପ୍ରୟୋଗ ହେଉଛି

 

03/08/2020

Leave a Reply

Your email address will not be published. Required fields are marked *

Comments