Bikash Khabar
ସରିଲା ଶୀତ ,ଏବେ ଚିଳିକାରୁ ଚାଲିଛି ପକ୍ଷୀଙ୍କ ଲେଉଟାଣି ପର୍ବ

ଶୀତ ଋତୁରେ  ଚିଲିକାକୁ  ଆସିଥିବା ବିଦେଶାଗତ ପକ୍ଷୀ ଫେରିବା ପର୍ଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବର୍ତ୍ତମାନ ସୁଦ୍ଧା ଲକ୍ଷରୁ ଅଧିକ ବିଦେଶାଗତ ଅତିଥି ପକ୍ଷୀଙ୍କ ଘର ବାହୁଡା ହୋଇଥିବା ବେଳେ ବାକି ଲକ୍ଷରୁ ଅଧିକ ପକ୍ଷୀ ଚିଲିକାର ନଳବଣ ତଟବର୍ତ୍ତୀ ଇଲାକାର ସଂତ ସନ୍ତିଆ ଆଦ୍ରଭୂମି ଗୁଡିକରେ ଡେରା ପକାଇରହିଛନ୍ତି  ହଠାତ ଶୀତ କମିଯାଇଛି  ମଝି ଚିଲିକାରେ ଏବେ  ତାପମାତ୍ରା ୩୨ ଡିଗ୍ରୀ ଉପରକୁ ଛୁଇଁଲାଣି।

ସୁଦୂର ସାଇବେରିଆ, କାଜାକିସ୍ତାନ, ତିବତ, ଅଷ୍ଟ୍ରେଲିଆ, ମଙ୍ଗୋଲିଆ, ହିମାଳୟ ପାଦଦେଶ, ମାନ ସରୋବର ପ୍ରଭୃତି ଇଲାକାରୁ ଏହି ବିଦେଶାଗତ ଅତିଥି ପକ୍ଷୀ ଆସିଥିଲେ। ହଜାର ହଜାର ମାଇଲ୍ଅତିକ୍ରମ କରି ଚିଲିକାରେ ଗତ  ଅକ୍ଟୋବର ରେ ପହଞ୍ଚି ଥିଲେ। ଚଳିତ ବର୍ଷ ଚିଲିକାକୁ ୧୦ ଲକ୍ଷ ୪୭ ହଜାର ୯୬୮ଟି ବିଦେଶାଗତ ଅତିଥି ପକ୍ଷୀ ଆସିଥିବା ଗଣନା ରୁ ଜଣାପଡିଥିଲା ସେଥି ମଧ୍ୟରୁ ପକ୍ଷୀ ଅଭୟାରଣ୍ୟରେ ଲକ୍ଷ ୯୩ ହଜାର ୫୪୧ଟି ପକ୍ଷୀ ଚିହ୍ନଟ ହୋଇଥିଲେ। ମୋଟ ୧୮୧ ପ୍ରଜାତିର ବିଦେଶାଗତ ଅତିଥି ପକ୍ଷୀ ଆସିଥିଲେ। ବିଦେଶାଗତ ଅତିଥି ପକ୍ଷୀଙ୍କ କଳରବରେ ଚିଲିକା ପ୍ରକମ୍ପିତ ହୋଇଥିଲା। 

24/02/2019

Leave a Reply

Your email address will not be published. Required fields are marked *

Comments