Bikash Khabar
ବିହନ ପିଣ୍ଡୁଳା ଜରିଆରେ ଚନ୍ଦକା ଜଙ୍ଗଲକୁ ସବୁଜିମା ପାଇଁ ଅଣ୍ଟା ଭିଡ଼ିଲେ କୁନି ଚିତ୍ରଶିଳ୍ପୀ

ଭୁବନେଶ୍ୱର ପୋଖରୀପୁଟସ୍ଥିତ ଇନ୍ଦ୍ରପସ୍ଥ କଲୋନୀ ଫେଜ୍-୨ଠାରେ ଥିବା ଚିତ୍ରଶିକ୍ଷା ଅନୁଷ୍ଠାନ ଚିତ୍ରଶାଳା କୁନି ଶିଳ୍ପୀମାନେ ବନୀକରଣ ପାଇଁ ଏକ ନିଆରା ପ୍ରୟାସ କରି ଚର୍ଚ୍ଚାକୁ ଆସିଛନ୍ତି ଦିନକୁ ଦିନ ମାନବୀୟ ହସ୍ତକ୍ଷେପ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଉଜୁଡ଼ି ଯାଉଥିବା ସବୁଜିମାକୁ ବଜାୟ ରଖିବା ପାଇଁ ସମାଜସେବୀ ସୁଶାନ୍ତ ସାହୁଙ୍କ ମାର୍ଗଦର୍ଶନରେ ବିଦ୍ୟାର୍ଥୀମାନେ ନିଆରା ବିହନ ପିଣ୍ଡୁଳା ବା ସିଡ୍ସ ବଲ୍ ତିଆରି କରୁଛନ୍ତି ଏହି ସିଡ୍ସ ବଲ୍କୁ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟର ଟାଙ୍ଗରା ଭୂଇଁମାନଙ୍କରେ ନିକ୍ଷେପ କରାଯିବ ଏଥିରୁ ଗଜା ବାହାରି ଜଙ୍ଗଲ ସୃଷ୍ଟି ହେବ ଏହି ପ୍ରକ୍ରିୟାରେ ୫୦ ପ୍ରତିଶତ ଗଛ ସୃଷ୍ଟି ହୋଇପାରିବ ବୋଲି କୁହାଯାଇଛି

କୁନି ଚିତ୍ରଶିଳ୍ପୀମାନେ ମାଟି, ଗୋବରଖତ ସହିତ ପଣସ, ତେନ୍ତୁଳି, ଆତ ଆଦି ମଞ୍ଜିକୁ ଗୋଳାଇ ବିହନ ପିଣ୍ଡୁଳା ବା ସିଡ୍ସ ବଲ୍ମାନ ତିଆରି କରୁଛନ୍ତି ଚିତ୍ରଶାଳା ପକ୍ଷରୁ ବଲ୍ ତିଆରି ପାଇଁ ଆବଶ୍ୟକୀୟ ସରଞ୍ଜାମ ପ୍ରଶିକ୍ଷଣ ଦିଆଯାଇଛି ଏହି ବଲ୍୍ଗୁଡ଼ିକୁ ଜଙ୍ଗଲର ଖାଲିଜାଗା ଗୁଡ଼ିକରେ ନିକ୍ଷେପ କରାଯିବ ଏଥିରେ ଜୈବିକ ସାର ମିଶିଥିବାରୁ କୀଟପତଙ୍ଗ, ମୂଷା, ଗୁଣ୍ଡୁଚିମୂଷା ଅନ୍ୟାନ୍ୟ ବନ୍ୟଜନ୍ତୁ ଏହାକୁ ନଷ୍ଟ କରିପାରିବେ ନାହିଁ ବର୍ଷାଋତୁରେ ଏଭଳି କାର୍ଯ୍ୟକ୍ରମ ଦ୍ୱାରା କମ୍ ଖର୍ଚ୍ଚରେ ପ୍ରଭାବୀ ବନୀକରଣ ହୋଇପାରିଥାଏ ବୋଲି ଜଣାଯାଇଛି ରା ରୋପଣରେ ୧୦ ପ୍ରତିଶତ ରା ବଞ୍ଚୁଥିବା ବେଳେ ଏହି ପ୍ରକ୍ରିୟାରେ ୫୦ ପ୍ରତିଶତ ତିଷ୍ଟିଥାଏ ପୁଣି ରୋପିତ ରାଗୁଡ଼ିକର ବର୍ଷ ପାଇଁ ଯତ୍ନ ନେବା ବାବଦକୁ ୨ରୁ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ନିକ୍ଷେପିତ ସିଡ୍ସ ବଲ୍ରୁ ଅଙ୍କୁରିତ ରା ଆପେ ଆପେ ହୋଇଥାଏ ଏହି କାର୍ଯ୍ୟକ୍ରମ ଜରିଆରେ ବନୀକରଣର ପ୍ରଭାବୀ ପ୍ରକ୍ରିୟା ବାବଦରେ ପିଲାଙ୍କ ଶିକ୍ଷା ସହ ଚନ୍ଦକାରେ ବନୀକରଣର ଦ୍ୱୈତ ଉଦ୍ଦେଶ୍ୟ ସାଧିତ ହୋଇପାରିଲା ବୋଲି ଚିତ୍ରଶାଳାର ପ୍ରତିଷ୍ଠାତା ଚିତ୍ରଶିଳ୍ପୀ ଅନସୂୟା ସାହୁ ସୁଇଛନ୍ତି

 

22/07/2019

Leave a Reply

Your email address will not be published. Required fields are marked *

Comments