Bikash Khabar
ରାଜ୍ୟରେ ୧୦ ରୁ କମ ଛାତ୍ର ଛାତ୍ରୀ ଥିବା ୯୬୬ ଟି ସ୍କୁଲ ବନ୍ଦ ହେବ

ଏବେ ବିଦ୍ୟାଳୟ ଗୁଡିକରେ ଖରାଛୁଟି ଚାଲିଛି ଖରାଛୁଟି ପରେ ପିଲାମାନେ ସ୍କୁଲକୁ ଆସିବା ବେଳକୁ ସ୍କୁଲ ଆଉ ନଥିବ ବଦଳି ଯାଇଥିବ ସ୍କୁଲର ସ୍ଥାୟୀ ଠିକଣା ୧୦ ରୁ କମ ପିଲା ନାମଲେଖାଇଥିବା ରାଜ୍ୟର ୯୬୬ ଟି ସ୍କୂଲ ଏବେ ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟସରକାର ପ୍ରତିବର୍ଷ ସରକାରୀ ସ୍କୂଲ ରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି ବିଗତ ୧୦ ବର୍ଷ ମଧ୍ୟରେ ସରକାରୀ ଘରୋଇ ବିଦ୍ୟାଳୟ ମଧ୍ୟରେ ଯେଉଁଭଳି ପ୍ରତିଦ୍ବନ୍ଦିତା ଆରମ୍ଭ ହୋଇଛି ସେଥିରେ ପ୍ରତିବର୍ଷ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇବାରେ ପରିଲିକ୍ଷିତ ହେଉଛି ଏହାକୁ ଦୃଷ୍ଟିରେ ରଖି ସରକାର ଗତ /୩ବର୍ଷ ହେଲା ୧୦ ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିବାରେ ଲାଗିଛନ୍ତି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିଦ୍ୟାଳୟ ଗୁଡ଼ିକରେ ବର୍ତ୍ତମାନ ତାଲା ପଡ଼ିବ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ସଂଖ୍ୟା ହ୍ରାସ ପାଇବାରେ ଅନେକ କାରଣ ମଧ୍ୟରେ ଶିଶୁ ଶ୍ରେଣୀ ହେଉଛି ଏକ ପ୍ରମୁଖ କାରଣ ସରକାରୀ ବିଦ୍ୟାଳୟରେ ଶିଶୁ ଶ୍ରେଣୀର ବ୍ୟବସ୍ଥା ଥିବା ଯୋଗୁଁ ବର୍ଷ ବୟସର ଶିଶୁମାନଙ୍କୁ ଘରୋଇ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଅଭିଭାବକମାନେ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଉଛି ରାଜ୍ୟ ସରକାର ଶିକ୍ଷା ସଂସ୍କାର ନାମରେ ଯେଉଁ  ୯୬୬ଟି ବିଦ୍ୟାଳୟକୁ ୧୦ରୁ କମ ଛାତ୍ରଛାତ୍ରୀଥିବା କାରଣରୁ ବନ୍ଦ କରିଦେବା ପାଇଁ ନିର୍ଦେଶ ଦେଇଛନ୍ତି , ସେଥିମଧ୍ୟରୁ ସର୍ବାଧିକ ରାୟଗଡ଼ା ଜିଲାର ୧୩୯ଟି ବିଦ୍ୟାଳୟ ବନ୍ଦ ହେବାକୁ ଯାଉଥିବା ବେଳେ ସୁନ୍ଦରଗଡ଼ ଜିଲାରେ ୪୪ଟି ବନ୍ଦ ହେବ ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀ ସ୍ଥିତିକୁ ଲକ୍ଷ୍ୟ କରି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ଗ୍ରୀଷ୍ମ ଅବକାଶ ପରେ ଏସବୁ ବିଦ୍ୟାଳୟ ଗୁଡ଼ିକ ଆଉ ଖୋଲାଯିବ ନାହିଁ ଏବଂ ସେଥିରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ନିକଟସ୍ଥ ବିଦ୍ୟାଳୟରେ ସାମିଲ କରାଯିବ

06/06/2019

Leave a Reply

Your email address will not be published. Required fields are marked *

Comments