Bikash Khabar
ଭୁବନେଶ୍ଵରରେ ହେଉ ଅନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କେନ୍ଦ୍ର

ଭୁବନେଶ୍ୱର ରେ ଅନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ଜାତିସଙ୍ଘ ଅଧିକାରୀ ମାନଙ୍କୁ ପ୍ରସ୍ତାବ ଦେଇଛନ୍ତି ଓଡିଶା ଗସ୍ତରେ ଆସିଥିବା ମିଳିତ ଜାତିସଙ୍ଘ,ବିଶ୍ବବ୍ୟାଙ୍କ ,ଏସୀୟ ଡେଭଲମେଣ୍ଟ ବ୍ୟାଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ରେ ଅନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କେନ୍ଦ୍ର ସ୍ଥାପନା ହେଲେ ରାଜ୍ୟ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ  ବୁଧବାର ଜାତିସଂଘ, ବିଶ୍ଵ ବ୍ୟାଙ୍କ ଏବଂ ଏଡିବିର ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅଧିକାରୀଙ୍କ ନେତୃତ୍ଵରେ ଏହି ପ୍ରତିନିଧି ମାନେ  ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସମୟରେ ନବୀନ ଏହି ପ୍ରସ୍ତାବ ଦେଇଥିଲେ।ବିପର୍ଯ୍ୟୟ ନିରୋଧୀ ଶକ୍ତି ଭିତ୍ତିଭୂମି ଏବଂ ସଶକ୍ତ ଯୋଗାଯୋଗ ନେଟୱର୍କ ବିକଶିତ କରିବା ସହିତ ଜୀବିକା ପୁନରୁଦ୍ଧାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ 

16/05/2019

Leave a Reply

Your email address will not be published. Required fields are marked *

Comments