Bikash Khabar
ଓଡ଼ିଶାର ଅନ୍ୟୁନ ୨ ଟି ପର୍ଯ୍ୟଟନ ସ୍ଥଳୀକୁ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ କେନ୍ଦ୍ରକୁ ଚିଠି

ନିକଟରେ  କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟର ୧୭ଟି ପର୍ଯ୍ୟଟନସ୍ଥଳୀକୁ ବିଶ୍ବଶ୍ରେଣୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ ବୋଲି ଘୋଷଣା କରିଛନ୍ତି କିନ୍ତୁ ଏହି ୧୭ଟି ପର୍ଯ୍ୟଟନସ୍ଥଳୀରେ ଓଡ଼ିଶାର କୌଣସି ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇପାରି ନାହିଁ ,ଯାହାକି ଚକିତ କରାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟରୁ  ଅତିକମ୍ରେ ଦୁଇଟି ପ୍ରମୁଖ ମାନ୍ୟତା ରଖୁଥିବା ପର୍ଯ୍ୟଟନ କ୍ଷେତ୍ର କୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ତାଲିକାରେ ସାମିଲ୍ କରିବାକୁ କେନ୍ଦ୍ର ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ, ରାଜ୍ୟର ଜିଡିପିକୁ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ୧୩% ଅବଦାନ ରହୁଛି। ଏହାର ଯୋଜନାବଦ୍ଧ ଭାବେ ଉନ୍ନତିକରଣ ହେବା ଦରକାର। ରାଜ୍ୟର ପର୍ଯ୍ୟଟନ ଶିଳ୍ପର ଗୁରୁତ୍ବକୁ ଦେଖି କେନ୍ଦ୍ର ସରକାର କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା ହ୍ରଦ, ଭିତରକନିକା ଜାତୀୟ ଉଦ୍ୟାନ, ଶିମିଳିପାଳ ଜାତୀୟ ଉଦ୍ୟାନ, ରତ୍ନଗିରି-ଲଳିତଗିରି-ଉଦୟଗିରିକୁ ନେଇ ଥିବା ହୀରକ ତ୍ରିଭୁଜ ବୌଦ୍ଧ ସର୍କିଟ ମଧ୍ୟରୁ କୌଣସି ଦୁଇଟିକୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ତାଲିକାରେ ସାମିଲ୍କରନ୍ତୁ।

11/07/2019

Leave a Reply

Your email address will not be published. Required fields are marked *

Comments