Bikash Khabar
କରୋନା ମାଡ଼ରେ କ୍ୟାମ୍ପସ ଚୟନ ଠପ୍‌ : ମୁହଁ ଫେରାଉଛନ୍ତି ଘରୋଇ କମ୍ପାନି

ଲକ୍ଡାଉନ୍ଦ୍ବାରା ଦେଶର ଆଇଟି, ଅଟୋ ମୋବାଇଲ୍, ଷ୍ଟାଟ୍ଅଫ୍, ପାୱାର, ଟେଲିକମ୍କ୍ଷେତ୍ରପ୍ରଭାବିତ ହୋଇଛି। ଛୋଟ କମ୍ପାନିଗୁଡ଼ିକ ବହୁ ମାତ୍ରରେ ପ୍ରଭାବିତ ହୋଇଥିବା ବେଳେ କିଛି ବଡ଼ କମ୍ପାନି ବି କରୋନା ମାଡ଼ରେ ବେହାଲ। କର୍ମଚାରୀଙ୍କୁ ଦରମା ଦେଇପାରୁ ନାହାନ୍ତି। ନୂତନ ନିଯୁକ୍ତି କରିବା ଦୂରର କଥା, ଯେଉଁମାନେ ଚାକିର କରିଛନ୍ତି ସେମାନଙ୍କୁ ଛଟେଇ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଏଭଳି ସମୟରେ ଦେଶର ୨୩ଟି ଆଇଆଇଟି ସମେତ ଏନ୍ଆଇଟି, ଆଇଆଇଏମ୍, ଆଇଜର ପରି ପ୍ରମୁଖ ଶିକ୍ଷାନୁଷ୍ଠାନରୁ କୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀଙ୍କ ନିଯୁକ୍ତିଙ୍କୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଲକ୍ଡାଉନ୍ଯୋଗୁଁ ଅଧିକାଂଶ ଶିକ୍ଷାନୁଷ୍ଠାନରେ କ୍ୟାମ୍ପସ ଚୟନ ହୋଇପାରୁ ନାହିଁ। ଆଉ ଯେଉଁଠି କ୍ୟାମ୍ପସ ଚୟନ ପ୍ରକ୍ରିୟା ହୋଇଥିଲା, ବର୍ତମାନ କମ୍ପାନିଗୁଡ଼ିକର ଯାହା ସ୍ଥିତି ସେଥିରେ ଅଧିକାଂଶ କମ୍ପାନି ନୂତନ ନିଯୁକ୍ତି ସପକ୍ଷରେ ନାହାନ୍ତି।ସାଧାରଣତଃ ମାର୍ଚ୍ଚ ମାସରେ ରାଜ୍ୟ ଦେଶର ପ୍ରମୁଖ କମ୍ପାନିଗୁଡ଼ିକ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ କ୍ୟାମ୍ପସ ଚୟନ କରିଥାନ୍ତି। ଇଞ୍ଜିନିୟରିଂ, ଏମ୍ବିଏ, ଏମ୍ସିଏ ପରି ପ୍ରମୁଖ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରି ନିଯୁକ୍ତି ଦେଇଥାନ୍ତି। ତେବେ ଏଥର ଲକ୍ଡାଉନ୍ଯୋଗୁଁ କ୍ୟାମ୍ପସ ଚୟନ ବହୁ ପରିମାଣରେ ପ୍ରଭାବିତ ହୋଇଛି। ମାର୍ଚ୍ଚ ମାସରେ ଲକ୍ଡାଉନ୍ହେବା ପୂର୍ବରୁ କିଛି ପ୍ରମୁଖ କମ୍ପାନି ଶିକ୍ଷାନୁଷ୍ଠାନରେ କ୍ୟାମ୍ପସ ଚୟନ ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କୁ ବାଛିଥିଲେ। ହେଲେ ନିଯୁକ୍ତିପତ୍ର ଦେଇନାହାନ୍ତି। ଏବେ ଯେଉଁଭଳି ପରିସ୍ଥିତି ଉପୁଜିଛି ସେଥିରେ କମ୍ପାନିଗୁଡ଼ିକ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବେ କି ନାହିଁ ତାହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି।

 

08/05/2020

Leave a Reply

Your email address will not be published. Required fields are marked *

Comments