Bikash Khabar
ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ଅଡିନାନ୍ସକୁ ନେଇ ତେଜିଲା ବିବାଦ

ଓଡିଶା ବିଶ୍ବବିଦ୍ୟାଳୟ ଅଧିନିୟମ ଅଡିନାନ୍ସକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନ ବାଜି  ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଚିଠି ଲେଖିବା ପରେ ଜୋର୍ଧରିଛି ଚର୍ଚ୍ଚା ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷପେ ଲୋଡିଥିବା ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି ସେପଟେ କଂଗ୍ରେସ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇବାକୁ ଚେତାବନୀ ଦେଇଥିବା ବେଳେ ଜବାବ ରଖିଛି ବିଜେଡି ଓଡିଶା ବିଶ୍ବବିଦ୍ୟାଳୟ ଅଧିନିୟମ ଅଡିନାନ୍ସ ପ୍ରସଙ୍ଗକୁ ନେଇ ତେଜିଛି ରାଜନୀତି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ ଓଡିଶା ବିଶ୍ବବିଦ୍ୟାଳୟ ଅଧିନିୟମ ୧୯୮୯କୁ ବିଧାନସଭାରେ ବିନା ଆଲୋଚନାରେ ସରକାର  ବ୍ୟାପକ ପରିବର୍ତନକୁ ନେଇ ଶିକ୍ଷାବିତ୍, ଶିକ୍ଷକ ଛାତ୍ରମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି ଏହି ପ୍ରସଙ୍ଗକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପଖୋରାୟାଲ ନିଶଙ୍କଙ୍କୁ ଅବଗତ କରାଇବା ସହ ଏଥିରେ ହସ୍ତକ୍ଷେପ କରିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସରକାରଙ୍କ ଏପରି ନିଷ୍ପତ୍ତି ଯୋଗୁ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ସ୍ବାୟତତ୍ତା କ୍ଷୁର୍ଣ୍ଣ ହେଉଛି   ସିଣ୍ଡିକେଟ୍ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ହ୍ରାସ କରିଦିଆଯାଇଛି ତେଣୁ ଏହା ଉପରେ ହସ୍ତକ୍ଷେପ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେପଟେ ଧର୍ମେନ୍ଦ୍ରଙ୍କ  ଚିଠି ପରେ ସରକାରଙ୍କୁ  ଟାର୍ଗେଟ କରିଛି ରାଜ୍ୟ ବିଜେପି ପ୍ରସଙ୍ଗକୁ ବିଧାନସଭା ରେ ଉଠାଇବେ ବୋଲି ବିରୋଧୀ ଦଳ ନେତା କହିଛନ୍ତି ସେପଟେ କଂଗ୍ରେସ ବି ସମାନ ଅଭିଯୋଗ ଆଣି କହିଛି ସଂଶୋଧିତ ଆଇନ ଲାଗୁ କରି ସରକାର ବିଶ୍ୱବିଦ୍ୟାଳୟକୁ ନିଜ ଅକ୍ତିଆରରେ ରଖିବା ପାଇଁ ଉଦ୍ୟମ କରିଛନ୍ତି ଏହା ଦ୍ୱାରା କୌଣସି ଛତ୍ରଛତ୍ରୀଙ୍କର କିଛି ଲାଭ ହେବ ନାହିଁ ପ୍ରସଙ୍ଗ ବିଧାନସଭାରେ ଉଠିବ

17/09/2020

Leave a Reply

Your email address will not be published. Required fields are marked *

Comments