Bikash Khabar
ଟିଭି ବିତର୍କରେ ଯୋଗ ଦେବନି କଂଗ୍ରେସ

ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ସମାଲୋଚନା ଠାରୁ ଦୁରେଇ ରହିବା  ପାଇଁ ଚାହୁଁଛି  ବିରୋଧୀ ଦଳ। ଫଳାଫଳ ପୂର୍ବରୁ ଯେଉଁ ଦଳର ନେତାମାନେ ଟିଭି ବିତର୍କ ମିଡିଆ ସାମ୍ନାରେ ବିଜେପି ପ୍ରଧାନମନ୍ତ୍ରୀଙ୍କୁ କଡ଼ା ଆକ୍ଷେପ କରୁଥିଲେ, ଏବେ ସେମାନେ ମିଡିଆ, ବିଜେପି ନେତା କର୍ମୀଙ୍କ ସମାଲୋଚନାରୁ ବର୍ତ୍ତିବା ପାଇଁ ନୂଆ ରଣନୀତି ଆପଣାଇଛନ୍ତି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଯେୱାଲା ଟ୍ୱିଟ୍ କରି ସମସ୍ତ ଗଣମାଧ୍ୟମର ସମ୍ପାଦକମାନଙ୍କୁ ଟିଭି ଡିବେଟରେ କଂଗ୍ରେସ ନେତାଙ୍କୁ ସାମିଲ ନକରିବାକୁ ପରାମର୍ଶ ଦେଇଛନ୍ତି।ଏହା ପୂର୍ବରୁ ଗତକାଲି ସମାଜବାଦୀ ପାର୍ଟି ଦଳର ନିର୍ଦ୍ଦେଶ ନମାନି ଜଣେ ମୁଖପାତ୍ର ଟିଭି ବିତର୍କରେ ସାମିଲ ହୋଇଥିବାରୁ ଦଳ ତାଙ୍କୁ ବହିଷ୍କାର କରିଛି। ସେହିପରି କର୍ଣ୍ଣାଟକ ମେଣ୍ଟ ସରକାରରେ ସାମିଲ ଥିବା ଜେଡିଏସ ମଧ୍ୟ ଟିଭି ବିତର୍କ ଗଣମାଧ୍ୟମରେ ଦଳୀୟ ନେତାଙ୍କୁ ସାମିଲ ନହେବାକୁ ନିର୍ଦ୍ଦେଶ ଦେଇଛି।ସମାଜବାଦୀ ପାର୍ଟି ତାର ପ୍ରବକ୍ତା ମାନଙ୍କୁ ଟିଭି ବିତର୍କରୁ ଦୂରରେ ରହିବ ପାଇଁ କହିଛି ଏହା ସହିତ ଓଡ଼ିଶାରେ ବିଜେଡି ଦଳ ତାର ପ୍ରବକ୍ତା ମାନଙ୍କୁ ଟିଭି ବିତର୍କରେ ଭାଗ ନେବା ଉପରେ କଟକଣା କରିଛି ତେବେ କଂଗ୍ରେସ ତାର ମୁଖପାତ୍ର ମାନଙ୍କ ପାଇଁ ଗୋଟିଏ ମାସର କଟକଣା କରିଥିବା କୁହାଯାଉଛି

30/05/2019

Leave a Reply

Your email address will not be published. Required fields are marked *

Comments