Bikash Khabar
ଦଶପଲ୍ଲାରେ ହେବ ଶିଶୁ ଅପରାଧୀଙ୍କ ପାଇଁ ନିରାପଦ ଆଶ୍ରୟସ୍ଥଳ

ଦେଶରେ ଅନେକ ବର୍ଷ ଧରି ଆରମ୍ଭ ହୋଇଛି ଜେଲ ସଂସ୍କାର କାର୍ଯ୍ୟକ୍ରମ ଶିଶୁ ଅପରାଧୀଙ୍କ ପାଇଁ ଦିଗରେ ବ୍ୟାପକ ପ୍ରୟାସ ଆରମ୍ଭ ହୋଇଛି।ଏବେ ରାଜ୍ୟ କେନ୍ଦ୍ର ସରକାର ଦିଗରେ ଆଉ ଏକ ପାଦ ଆଗେଇଛନ୍ତି ଶିଶୁ ଅପରାଧୀଙ୍କ ପାଇଁ  ଦଶପଲ୍ଲା ଜେଲ୍କୁ ନିରାପଦ ସ୍ଥଳି ଭାବେ ଘୋଷଣା କରାଯିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ସମସ୍ତ କଏଦୀଙ୍କୁ ସ୍ଥାନାନ୍ତର କରାଯିବା ପରେ ଏହାକୁ ମହିଳା ଶିଶୁ କଲ୍ୟାଣ ବିଭାଗକୁ ହସ୍ତାନ୍ତର କରାଯିବ। ରାଜ୍ୟର ବିଭିନ୍ନ ଜିଲାରେ ମହିଳା ଶିଶୁ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ଅନେକ ସ୍ବାଧାର ଗୃହ ପରିଚାଳତ ହେଉଛି। ସେହିପରି ଏହି ଦଶପଲ୍ଲା ଜେଲ୍ବା ପ୍ରସ୍ତାବିତ ନିରାପଦ ସ୍ଥଳକୁ ମହିଳା ଶିଶୁ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ହେବ ଏହି ସ୍ଥାନରେ କୌଣସି ଜେଲ୍ ୱାର୍ଡର ରହିବେ ନାହିଁ କି କେହି ଖାକି ପୋଷାକରେ ଡ୍ୟୁଟି କରିବେ ନାହିଁ। ଶିଶୁ ଅପରାଧୀଙ୍କୁ ଏଠାରେ ରଖାଯିବା ସହିତ ସେମାନଙ୍କ ପାଇଁ ଅନେକ ସଂସ୍କାର ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଅତିରିକ୍ତ ମହାନିର୍ଦେଶକ ମହେନ୍ଦ୍ର ପ୍ରତାପ କହିଛନ୍ତି ତେଣେ  ଯେଉଁ କଏଦୀମାନେ ଦୋଷୀ ସାବ୍ୟସ୍ତ ହୋଇ ରାଜ୍ୟର ବିଭିନ୍ନ ଜେଲ୍ରେ ଦଣ୍ଡ ଭୋଗୁଛନ୍ତି ସେମାନଙ୍କୁ ନିର୍ଦିଷ୍ଟ ଭାବେ ଏକ ଜେଲ୍ରେ ରଖାଯିବାକୁ ଜେଲ୍ପ୍ରଶାସନ ଚିନ୍ତା କରୁଛି। ଏନେଇ ରାଜ୍ୟ ସରକାରଙ୍କୁ କାରାଗାର ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟର ଦୁର୍ଦାନ୍ତ ଅପରାଧୀ, ମାଓବାଦୀ ଗ୍ୟାଙ୍ଗଷ୍ଟରଙ୍କୁ ରଖିବା ଲାଗି ଜେଲ୍ବିଭାଗ ପକ୍ଷରୁ ଏକ ହାଇ ସିକ୍ୟୁରିଟି ଜେଲ୍ନିର୍ମାଣ ଲାଗି ଉଦ୍ୟମ ଆରମ୍ଭ କରାଯାଇଥିଲା। ଆଠଗଡ଼ ନିକଟରେ ୨୦ ଏକର ଜମିରେ ନିର୍ମାଣାଧୀନ ଥିବା ଏହି ଜେଲ୍କୁ ଏବେ ଆଦର୍ଶ ଜେଲ୍ଭାବେ ପ୍ରତିଷ୍ଠା କରାଯିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ତେଣୁ ଏନେଇ କାରାଗାର ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଏହି କମିଟି ନିକଟରେ  ଆଠଗଡ଼ସ୍ଥିତ ଏହି ନିର୍ମାଣାଧୀନ ଜେଲ୍କୁ ଅନୁଧ୍ୟାନ କରିବାକୁ ଯାଇଥିବା କାରାଗାର ବିଭାଗର ଅତିରିକ୍ତ ମହାନିର୍ଦେଶକ ମହେନ୍ଦ୍ର ପ୍ରତାପ କହିଛନ୍ତି। ତେବେ ଜେଲ୍ପ୍ରଶାସନ ସଂସ୍କାର ମୂଳକ କାର୍ଯ୍ୟକୁ ଅଧିକ ପ୍ରାଧାନ୍ୟ ଦେଉଥିବାରୁ ହାଇ ସିକ୍ୟୁରିଟି ଜେଲ୍କୁ ଏବେ ଆଦର୍ଶ କାରାଗାର କରାଯିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏହି ଆଦର୍ଶ କାରାଗାରରେ କେବଳ ଦୋଷୀସାବ୍ୟସ୍ତ କଏଦୀ ରହିବେ। ଆଦର୍ଶ କାରାଗାରରେ କଏଦୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି ବୋଲି ସେ କହିଛନ୍ତି।

08/07/2019

Leave a Reply

Your email address will not be published. Required fields are marked *

Comments