Bikash Khabar
୨୦୨୧ ଜାନୁଆରି ୧୫ ଯାଏ ଉଚ୍ଛେଦ, ନିର୍ମାଣ ଭଙ୍ଗା, ସଂପତ୍ତି ନିଲାମ ଉପରେ ଅଙ୍କୁଶ ବଳବତ୍ତର

ନିର୍ମାଣ ଉଚ୍ଛେଦ, ସଂପତ୍ତି ନିଲାମ ଉପରେ ପୂର୍ବରୁ ଜାରି କରାଯାଇଥିବା ଅଙ୍କୁଶ ୨୦୨୧ ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥି ସହିତ ପୂର୍ବରୁ ଜାରି କରାଯାଇଥିବା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ/ସୁରକ୍ଷା, ଜାମିନ ଅବଧି ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଦେଖା ଦେଇଥିବା ସ୍ଥିତିରେ ଆଇନଜୀବୀ ବିଜୟ କୁମାର ରଗଡଙ୍କ ପକ୍ଷରୁ ରୁଜୁ ଜନସ୍ବାର୍ଥ ମାମଲାର ଶୁଣାଣି କରି ୨୦୨୦, ମେ୫ରେ ହାଇକୋର୍ଟ ଯେଉଁ ରାୟ ପ୍ରଦାନ କରିଥିଲେ ତାହାକୁ ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ  ନେଇ ଗଠିତ ଖଣ୍ଡପୀଠ ଆଜି ୨୦୨୦, ମେ୫ର ନିର୍ଦ୍ଦେଶ ଜାନୁଆରୀ ୧୫ ପର୍ଯ୍ୟନ୍ତ ସଂପ୍ରସାରିତ କରିଛନ୍ତି। ପୂର୍ବରୁ ହାଇକୋର୍ଟ ଅକ୍ଟୋବର ୧୬ରେ  ମାମଲାର ଶୁଣାଣି କରି ମେ୫ର ନିର୍ଦ୍ଦେଶ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହି ଅବଧି ଶେଷ ହୋଇଥିବା ବେଳେ ଆଜି ହାଇକୋର୍ଟ ମାମଲାର ଶୁଣାଣି କରି କରୋନା ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ବିଚାରକୁ ନେଇ ମେ୫ର ନିର୍ଦ୍ଦେଶ ଜାନୁଆରୀ ୧୫ ପର୍ଯ୍ୟନ୍ତ ସଂପ୍ରସାରିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

25/11/2020

Leave a Reply

Your email address will not be published. Required fields are marked *

Comments