Bikash Khabar
କରୋନା ବଦଳାଇ ଦେଲା ପରିଚୟ,ଥିଲେ କଣ୍ଠଶିଳ୍ପୀ ଏବେ ସାଜିଛନ୍ତି ଡେଲିଭେରି ଲେଡି

ନିଜର ନିଶା ଆଉ ପେସା ଥିଲା ସଂଗୀତ। ଜଣେ କଣ୍ଠଶିଳ୍ପୀ ଭାବେ ନିଜର ପରିଚୟ ବି ସୃଷ୍ଟି କରିଥିଲେ। କିନ୍ତୁ କରୋନା ତାଙ୍କର ପେସା ବଦଳାଇ ଦେଲା। ଯେଉଁ ସମୟରେ ମେଲୋଡି ସଂଗୀତ କାର୍ଯ୍ୟକ୍ରମ ବର୍ଷକର ଆୟର ବ୍ୟବସ୍ଥା କରେ ସେ ସମୟରେ କରୋନା ପାଇଁ ସବୁ ବନ୍ଦ ହେଇଗଲା। ଗଣେଶ ପୂଜାରୁ ଏଯାଏ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ଥିବା ବେଳେ ବାଲିଯାତ୍ରା ବା କାର୍ତ୍ତିକେଶ୍ବର ପୂଜା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜନର ସୁଯୋଗ ବି ନାହିଁ। ପୁଣି ବର୍ଷକ ପରେ ଯାହା କିଛି। ଏଭଳି ସ୍ଥିତିରେ ପେସା ବଦଳାଇ ଏବେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି। କଟକ ମହାନଗରରେ ତାଙ୍କୁ କୁହାଯାଉଛି ପ୍ରଥମ ଡେଲିଭରି ଲେଡି। ନିଜର ଏଭଳି ନିଆରା ପରିଚୟ ସୃଷ୍ଟି କରିଥିବା ୪୨ ବର୍ଷ ବୟସ୍କା ଜ୍ୟୋସ୍ନା ପାତ୍ର ହେଉଛନ୍ତି ଝାଞ୍ଜିରୀମଙ୍ଗଳା ଲୁଣିଆ ସାହିର ବାସିନ୍ଦା।। ଗଲା ୧୫ ବର୍ଷ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ କ୍ୟାସେଟରେ ଗୀତ ଗାଇ ଆସୁଥିବାବେଳେ ଏବେ ଜ୍ୟୋତ୍ସ୍ନା ଘର ଘର ବୁଲି ଅନ୍ଲାଇନରେ ଆସୁଥିବା ବିଭିନ୍ନ ସାମଗ୍ରୀ ଡେଲିଭରି କରୁଛନ୍ତି।ଜ୍ୟୋତ୍ସ୍ନାଙ୍କ ସ୍ବାମୀ ପ୍ରଭାକର ପାତ୍ର ଦୁଇ ବର୍ଷ ତଲେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଘରେ ୧୬ ବର୍ଷର ଝିଅ ପ୍ରିୟଙ୍କା। ଘର ଚଳାଇବା ଝିଅର ପାଠ ପଢ଼ା ଭଳି ସମସ୍ତ ଖର୍ଚ୍ଚ ଜ୍ୟୋସ୍ନା ସଂଗୀତରୁ ହେଉଥିବା ରୋଜଗାରରୁ ତୁଲାଉଥିଲେ। କିନ୍ତୁ ଏପ୍ରିଲ ମାସରୁ ସେ ସବୁ ଆୟର ବାଟ ବନ୍ଦ। ଗଲା ପ୍ରାୟ ମାସ ହେବ ଜ୍ୟୋସ୍ନା ଏକ ଘରୋଇ ଅନ୍ଲାଇନ୍ଡ଼େଲିଭରି ସଂସ୍ଥାରେ ଯୋଗଦେଇ କାମ ଆରମ୍ଭ କରିଥିଲେ। ପ୍ରତ୍ୟେକ ଦିନ ସକାଳ ୬ଟା ୩୦ ମିନିଟ୍ରୁ ନିଜ ଡ଼୍ୟୁଟିରେ ଯୋଗଦେଇ ଦିନ ତମାମ୍ ୫୦ରୁ ଅଧିକ ଘର ବୁଲି ସେ ସାମଗ୍ରୀ ଡେଲିଭରି କରି ଆସୁଛନ୍ତି।

11/10/2020

Leave a Reply

Your email address will not be published. Required fields are marked *

Comments