Bikash Khabar
କରୋନା କୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କଲେ ସରକାର

 କରୋନା ସମ୍ପର୍କରେ ବିଧାନସଭାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖି କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ  ଘୋଷଣା କରିଛନ୍ତି। ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନୁସାରେ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା ହୋଇଛି। କରୋନା ମୁକାବିଲା ପାଇଁ ୨୦୦ କୋଟି ଟଙ୍କାର ପାଣ୍ଠି ଘୋଷଣା କରାଯାଇଛି। କ୍ୟାବିନେଟ ନିଷ୍ପତ୍ତି ନେଇ ଗୃହକୁ ମୁଖ୍ୟମନ୍ତ୍ରୀ ଅବଗତ କରାଇଛନ୍ତି। କରୋନା ପାଇଁ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ,କଲେଜ ବନ୍ଦ ରହିବା ସହ ପରୀକ୍ଷା ଚାଲୁ ରହିବ ବୋଲି ଜଣାପଡ଼ିଛି। ସିନେମା ହଲ, ସୁମିଙ୍ଗ ପୁଲ, ଜିମ୍, ସେମିନାର, ୱାର୍କସପ୍, ସମ୍ମିଳନୀ ମଧ୍ୟ ୩୧ ଯାଏଁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ବାହାଘର, ଧର୍ମୀୟ କାର୍ଯ୍ୟକ୍ରମ, ସଭାସମିତିକୁ ନିୟନ୍ତ୍ରଣ କରାଯିବ ସାମାଜିକ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଧିକାରୀ ନିୟନ୍ତ୍ରଣ କରିବେ। ଏହାସହ ଆବଶ୍ୟକ ଔଷଧ, ସରଞ୍ଜାମ ଆଦି ମହଜୁଦ ପାଇଁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଆମେ ସମସ୍ତେ ମୁକାବିଲା ପାଇଁ ପ୍ରସ୍ତୁତ ରହିବା, ଭୟଭୀତ ହେବାନି। କରୋନା ମୁକାବିଲା ପାଇଁ ମନ୍ତ୍ରୀସ୍ତରୀୟ ସଚିବସ୍ତରୀୟ କମିଟି ଗଠନ ହେବ। ମିଶନ ମୋଡ଼୍ରେ କରୋନା ମୁକାବିଲା କରାଯିବ। ଏହାସହ ବାହାରେ ପାନଛେପ ନପକାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

13/03/2020

Leave a Reply

Your email address will not be published. Required fields are marked *

Comments