Bikash Khabar
ଗତ ୨୪ଘଣ୍ଟାରେ ରାଜ୍ୟରେ ୫୩,୫୩୪କରୋନା ନମୁନା ପରୀକ୍ଷା

ପୁଣି ୫୦ ହଜାରରୁ ଅଧିକ ହେଲା ରାଜ୍ୟରେ କୋଭିଡ୍ନମୁନା ପରୀକ୍ଷା ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ ଅଧିକ କୋଭିଡ୍ନମୁନା ପରୀକ୍ଷା କରାଯାଉଥିବା ପରିଲକ୍ଷିତ ହେଉଥିବା ବେଳେ ଗତ ୨୪ଘଣ୍ଟାରେ ରାଜ୍ୟରେ ୫୩,୫୩୪ କରୋନା ନମୁନା ପରୀକ୍ଷା କରାଯାଇଥିବା ଜଣାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଟ୍ରୁନଟ୍ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ,୯୧୭ଟି ଆରଟିପିସିଆର ଏବଂ ୪୩,୫୩୪ଟି ଆଣ୍ଟିଜେନ ଟେଷ୍ଟ ଟ୍ରୁନଟ୍ରେ ୯୪ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ପୂର୍ବ ଦିନ ୫୨, ୮୮୨ କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଟ୍ରୁନଟ୍ପଦ୍ଧତିରେ କରାଯାଇଥିବା ସୂଚନା ମିଳିଥିଲା। ଏଥିମଧ୍ୟରୁ ,୨୭୫ଟି ଆରଟିପିସିଆର ଏବଂ ୪୪,୫୧୪ଟି ଆଣ୍ଟିଜେନ ଟେଷ୍ଟ ଟ୍ରୁନଟ୍ରେ ୯୩ଟି କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଏଯାବତ୍ ଲକ୍ଷରୁ ଅଧିକ କୋଭିଡ୍ନମୁନା ପରୀକ୍ଷା ହୋଇଥିବା ଜଣାଯାଇଛି।

26/09/2020

Leave a Reply

Your email address will not be published. Required fields are marked *

Comments