Bikash Khabar
ବନ୍ଦ ହେଲାଣି ଏକ ତୃତୀୟାଂଶ କପା ଉତ୍ପାଦନ,ସୁରଟ କପଡା ଶିଳ୍ପକୁ ନେଇ ବଢ଼ିଲା ଶଙ୍କା

ଗୁଜୁରାଟ ସୁରଟକୁ ମିନି ଓଡିଶା କୁହାଯାଏ ଏଠାରେ ଗଢି ଉଠିଥିବା ଶତାଧିକ କପଡାଶିଳ୍ପ ପ୍ରବାସୀ ଓଡ଼ିଆଙ୍କୁ ଜୀବିକା ଦେଇଥାଏ। ଲକ୍ଷ ଲକ୍ଷ ଓଡ଼ିଆ ବିଗତ ଦଶନ୍ଧି ରୁ ଅଧିକ ସମୟ ଧରି ସୁରଟ ରେ ଦାନା ପାଣି ଯୋଗାଡ଼ ରେ ଲାଗିଛନ୍ତି।  କିନ୍ତୁ ସୁରଟ ଉପରେ ଏବେ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଦେଖିବାକୁ ମିଳିଲାଣି।ଦେଶର  ଏକ ତୃତୀୟାଂଶ କପା ଉତ୍ପାଦନ ବନ୍ଦ ହେବ ପରେ ସୁରଟ କପଡା ଶିଳ୍ପ ଉପରେ ତାର ପ୍ରଭାବ ପଡିଛି ଯେଉଁ ସବୁ କପା ଶିଳ୍ପ ଚାଲୁରହିଛି ବହୁ କ୍ଷତିର ସାମ୍ନା କରିବାକୁ ପଡୁଛି। ଉତ୍ତର ଭାରତ ଟେକ୍ସଟାଇଲ ମିଲସ ଆସୋସିଏସନର କହିବା ମୁତାବକ କେନ୍ଦ୍ରର ଜିଏସଟି ଅନ୍ୟ କିଛି କାରଣ ଯୋଗୁଁ ଏପ୍ରିଲ-ଜୁନ ସୁଦ୍ଧା ଉତ୍ପାଦନ ହାର ୫୦ ପ୍ରତିଶତ କମିଯାଇଛି ସ୍ଥିତି ଏମିତି ହୋଇଛି ଯେ ତୁଳା କିଣିବାକୁ କିଛି ମିଲ ମାଲିକଙ୍କ ପାଖରେ ଅର୍ଥ ମଧ୍ୟ ନାହିଁ ଏଠାରେ ସୂଚନା ଥାଉ କି ଭାରତୀୟ ଟେକ୍ସଟାଇଲ ଶିଳ୍ପରେ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ପ୍ରାୟ ୧୦ କୋଟି ଲୋକଙ୍କୁ ରୋଜଗାର ମିଳୁଛି। କିନ୍ତୁ ସ୍ଥିତି ଯଦି ଏଭଳି ଲାଗିରହେ ତେବେ ବହୁ ସଂଖ୍ୟାରେ ଲୋକ ନିଜ ଚାକିରି ହରାଇବେ।  ସେହିପରି ଶ୍ରୀଲଙ୍କା, ବାଂଲାଦେଶ ଇଣ୍ଡୋନେସିଆ ଭଳି ଦେଶରୁ କମ ମୂଲ୍ୟରେ କପଡା ଆସୁଥିବାରୁ ଦେଶର ପ୍ରସ୍ତୁତ ହେଉଥିବା କପଡାର ଚାହିଦା କମିବାରେ ଲାଗିଛି।ଆର୍ଥିକ ମାନ୍ଦାବସ୍ଥା ସୁରଟରେ ଥିବା ଓଡ଼ିଆଙ୍କ ଓଠରୁ ହସ ଲିଭାଇ ଦେବନି ! ତାହା ହିଁ ଏବେ ବଡ ପ୍ରଶ୍ନ |

21/08/2019

Leave a Reply

Your email address will not be published. Required fields are marked *

Comments