Bikash Khabar
ବଢୁଛି ପୋଷ୍ୟ କନ୍ୟା ଗ୍ରହଣ ସଂଖ୍ୟା

କୋରାପୁଟ ଜିଲ୍ଲା ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏ ମଧ୍ୟରେ ୫୪ ବେସାହାରା ଶିଶୁଙ୍କୁ ନୁଆ କୋଳ ଯୋଗାଇ ଦେଇଛି । ପୋଷ୍ୟ ସନ୍ତାନ ଖୋଜୁଥିବା ଦମ୍ପତ୍ତି ଜିଲ୍ଲା ସୁରକ୍ଷା ଅଧିକାରୀ ଓ ସିଡ଼ବ୍ଲ୍ୟୁସି କର୍ମକର୍ତ୍ତାଙ୍କୁ ଭେଟି ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି । ଏହି ୫୪ ଜଣ ଶିଶୁଙ୍କ ମଧ୍ୟରୁ ୨୮ ଜଣ କନ୍ୟା ସନ୍ତାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି ଯାହା ତୁଳନାତ୍ମକ ଭାବେ ପୁତ୍ର ସନ୍ତାନ ତୁଳନାରେ ଅଧିକ ।

ସୂଚନା ଯୋଗ୍ୟ ଯେ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଆପଣେଇ ନେବା କ୍ଷେତ୍ରରେ ୨୦୧୫ ମସିହାର ଜୁଭେନାଇଲ ଜଷ୍ଟିସ ଆକ୍ସ ଅନୁଯାୟୀ କେନ୍ଦ୍ରୀୟ ପୋଷ୍ୟ ଗ୍ରହଣ ଅଧିନିୟମକୁ ଅବଲମ୍ବନ କରିବାକୁ ପଡ଼ିଥାଏ । ଏଭଳି ବେସାହାରା ଶିଶୁଙ୍କୁ ଠାବ କରାଯିବା ପରେ ଜିଲ୍ଲାର ଦଶମନ୍ତପୁରରେ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯାଇଥାଏ । ପରେ ଯଦି କୌଣସି ଅଭିଭାବକ ଶିଶୁକୁ ନେବାକୁ ଚାହିଁଲେ ସରକାରୀ ଗାଇଡ଼ ଲାଇନ ଅନୁସାରେ ତାଙ୍କୁ ହସ୍ତାନ୍ତର କରାଯାଇଥାଏ । ଏଠାରୁ ୫ ବିଦେଶୀ ଦମ୍ପତ୍ତି ୫ଜଣ କନ୍ୟା ସନ୍ତାନଙ୍କୁ ପୋଷ୍ୟ ସନ୍ତାନ ଭାବେ ନେଇଥିବା ଜଣାଯାଇଛି ।

21/02/2019

Leave a Reply

Your email address will not be published. Required fields are marked *

Comments