Bikash Khabar
ମାଟୁଙ୍ଗିକୁ ଛୁଇଁ ପାରିନି କରୋନା

ସାରା ବିଶ୍ୱକୁ କରୋନା ନିଜର କୋପ ଦେଖାଇ ସାରିଥିବା ବେଳେ ଓଡ଼ିଶାରେ ଏଭଳି ଏକ ଗାଁ ରହିଛି ଯେଉଁଠି ଏଯାଏଁ କରୋନାର ଛାଇ ସୁଦ୍ଧା ପଡ଼ିନାହିଁ। ସମଗ୍ର ବିଶ୍ବ କରୋନା  ଦାଉରେ ତ୍ରାହି ତ୍ରାହି ଡାକୁଥିବା ବେଳେ କନ୍ଧମାଳ ଜିଲାର ମାଟୁଙ୍ଗୀ ଗାଁର ଗ୍ରାମବାସୀଙ୍କୁ ନା ଅଛି କରୋନା ଭୟ ଆଉ ନା କରୋନା ସମ୍ପର୍କରେ ସୂଚନା କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଅରାପାଜୁ ପଞ୍ଚାୟତର ମାଟୁଙ୍ଗି ଗ୍ରାମ । ଅରାପାଜୁ ପଞ୍ଚାୟତଠାରୁ ମାତ୍ର କିମି ଦୂରରେ ରହିଛି ଏହି ଗ୍ରାମ ଗାଁକୁ ରାସ୍ତା ନାହିଁ କନ୍ଧମାଳ ଜିଲା ପ୍ରଶାସନ ଗଳିକନ୍ଦିରେ କରୋନା ସଚେତନତା ବାର୍ତ୍ତା ବାଣ୍ଟି ଥିବା କହୁଛି ,ହେଲେ ଏଠାକୁ ସଚେତନତାର ବାର୍ତ୍ତା ପ୍ରଚାର କରିବାକୁ କେହି ଜଣେ ହେଲେ ଆସି ନାହାନ୍ତି। ନାଏଠି କାହାକୁ ସଚେତନତା କରାଯାଇଛି, ନା କାହାର ସ୍ୱାବ ଟେଷ୍ଟ ହୋଇଛି। ଆସ୍ୱସ୍ଥି କଥା ହେଲା ଏଯାଏଁ ଏଠାକାର ଜଣେ ବି ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇନାହାଁନ୍ତି। ଏହିଭଳି ସଂକ୍ରମଣ ସମୟରେ କାହାକୁ ସାମାନ୍ୟ ଜ୍ବର କିମ୍ବା ଥଣ୍ଡା ଜ୍ୱର  ମଧ୍ୟ ହୋଇନାହିଁ। ବିକାଶ ଠାରୁ ଦୂର ରେ ଥିବା ଏହି ଗ୍ରାମବାସୀ ଙ୍କୁ ନେଇ ପ୍ରଶାସନ ଆଦୌ ଚିନ୍ତିତ ଥିବା ଜଣାଯାଏନି। ଏହି ଗ୍ରାମରେ ରହୁଛନ୍ତି ମାତ୍ର ୧୦ ଟି ପରିବାର। ଏଠାକାର ଲୋକେ ସରକାରୀ ସୁଵିଧା ଦୂରର କଥା ସରକାରୀ ଯୋଜନା କଥା ମଧ୍ୟ କେବେ ଶୁଣି ନାହାନ୍ତି।କେବେ କେଉଁ ନେତା ମନ୍ତ୍ରୀ କିମ୍ବା ଅଫିସର ମାନଙ୍କର ପାଦ ମଧ୍ୟ ଏଠାରେ ପଡେ ନାହିଁ।ସବୁଦିନିଆ ଜଙ୍ଗଲିଆ ପଥୁରିଆ ରାସ୍ତାରେ ଯାତାୟାତ କରିଥାନ୍ତି ଏଠାକାର ଲୋକେ। ଏଠାକାର ଲୋକଙ୍କ ମୁଖ୍ୟ ବେଉଷା ହେଉଛି ଚାଷ ଏହାସହ ଏମାନେ ଜଙ୍ଗଲୀ ଫଳମୂଳ ସଂଗ୍ରହ କରି ମଧ୍ୟ ଚଳନ୍ତି।

 

29/10/2020

Leave a Reply

Your email address will not be published. Required fields are marked *

Comments