Bikash Khabar
୧୪ ଏକର ଜାଗା କିଣି ଜଙ୍ଗଲ କରିଛନ୍ତି ଶିକ୍ଷକ ଶତପଥୀ ,ରହୁଛନ୍ତି ଅନେକ ଜୀବଜନ୍ତୁ

 ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ୍ବାରପାହାଡ଼ର ପାଦ ଦେଶରେ ରହିଛି ସନ୍ଥରା ଗାଁ। ଜନବସତି ସେଠାରେ ଅତି କମ୍ ଏହି ଗାଁକୁ ଲାଗି ୧୪ ଏକର ଜମି କିଣି ଏହାକୁ ଏକ ଘଞ୍ଚ ଜଂଗଲରେ ପରିଣତ କରିଛନ୍ତି ଶିକ୍ଷକ ସମାଜସେବୀ .ଡୋଳାମଣି ଶତପଥୀ ୧୯୯୮ ମସିହାରେ ସେ ଏଠାରେ ଜଂଗଲ ସୃଷ୍ଟି କରିବା ଆରମ୍ଭ କରିଥିଲେ। ବିଭିନ୍ନ ସ୍ଥାନରୁ ଆମ୍ବ, କରଞ୍ଜ, ଲିମ୍ବ ଏବଂ ଔଷଧୀୟ ଗଛର ଚାରା କିଣି ସେ ପୋତି ଚାଲିଲେ। ବିନା କୌଣସି ବ୍ୟକ୍ତିବିଶେଷ କିମ୍ବା ସଂସ୍ଥାର ସହାୟତାରେ ସେ ନିଜେ ଏହି କାର୍ଯ୍ୟ ଚଲାଇଥିଲେ। ଏବେ ଏହା ଏକ ସବୁଜ ଜଂଗଲରେ ପରିଣତ ହୋଇଥିବାବେଳେ ଏଠାରେ ବହୁ ପ୍ରଜାତିର ଜଂଗଲୀ ଜୀବଜନ୍ତୁ ଆସି ରହିବା ରମ୍ଭ କରିଛନ୍ତି। ମୟୂର, ଜଂଗଲି କୁକୁଡ଼ା, ବାର୍ହା, ହରିଣ, ସମ୍ବର ସମେତ ବିଭିନ୍ନ ବନ୍ୟଜନ୍ତୁ ଏଠାରେ ସ୍ଥାୟୀ ବସବାସ କରୁଛନ୍ତି। ବିରଳ ବଜ୍ରକାପ୍ତା ମଧ୍ୟ ଏଠାରେ ଦେଖିବାକୁ ମିଳୁଛି। ଆଖପାଖ ଗାଁଲୋକେ ଏଠାରେ ବଣଭୋଜି କରିବାକୁ ଆସୁଛନ୍ତି। ଏହି ଜଂଗଲ ତିଆରି କରି . ଶତପଥୀ କେବଳ ନିଜର ଏକ ସ୍ବପ୍ନକୁ ବାସ୍ତବ ରୂପ ଦେବାକୁ ଚେଷ୍ଟା କରିଛନ୍ତି। ତାଙ୍କର ଏଭଳି ପ୍ରଚେଷ୍ଟାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଭବିଷ୍ୟତରେ ଏଠାରେ ଏକ ଗୁରୁକୁଳ ଆଶ୍ରମ ଖୋଲିବାକୁ . ଶତପଥୀ ଯୋଜନା ରଖିଛନ୍ତି।

13/07/2020

Leave a Reply

Your email address will not be published. Required fields are marked *

Comments