Bikash Khabar
କଟକ ବାଲିଯାତ୍ରା,୬ ଦିନରେ ୪୦ କୋଟି ବେପାର

ଚଳିତ ବର୍ଷ କଟକର ଐତିହାସିକ ବାଲିଯାତ୍ରା ଭିଡ଼ରେ ରେକର୍ଡ ଭାଙ୍ଗି ଥିବା ବେଳେ ବ୍ୟବସାୟରେ ବି ରେକର୍ଡ ଭାଙ୍ଗିଛି। ଦିନ ମଧ୍ୟରେ ୪୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବେପାର ହୋଇଥିବା ଜଣାପଡ଼ିଛି। ବାଲିଯାତ୍ରା ପଡିଆରେ କିଣାବିକା ପାଇଁ ସବୁଠୁ ଆକର୍ଷଣୀୟ ସ୍ଥାନ ହୋଇଥିବା ଓରମାସ୍ ଜାତୀୟ ପଲ୍ଲୀଶ୍ରୀ ମେଳା ପରିସରରେ ଗତକାଲି ପାଖାପାଖି ଅଢେଇ କୋଟି ଟଙ୍କାର ବ୍ୟବସାୟ ହୋଇଛି। ବାଲିଯାତ୍ରା ଇତିହାସରେ ଏହା ଗୋଟିଏ ଦିନରେ ସବୁଠୁ ଅଧିକ ବେପାର ବୋଲି ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ କହିଛନ୍ତି। ବାଲିଯାତ୍ରାର ଦିନ ଭିତରେ ଓରମାସରେ ବେପାର କୋଟି ଟଙ୍କାରୁ ଅଧିକ ହେଲାଣି।ବାଲିଯାତ୍ରାର ଉଭୟ ତଳ ଉପର ପଡିଆରେ କେବଳ ରବିବାର ଦିନ ବ୍ୟବସାୟ ୧୦ କୋଟି ଛୁଇଁଥିବା ଆକଳନ କରାଯାଉଛି। ଓରମାସ୍ ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ୍ରାଉତ୍କହିବା ଅନୁଯାୟୀ ଶୁକ୍ରବାର ଶନିବାର, ପ୍ରତ୍ୟେକ ଦିନ ପାଖାପାଖି କୋଟିର ବେପାର ହୋଇଥିବାବେଳେ ରବିବାର ଦିନ .୪୮କୋଟି ଟଙ୍କାର ବିକ୍ରିବଟା କେବଳ ଓରମାସ ପରିସରରେ ହୋଇଛି। ଗଲା ଛଅ ଦିନ ଭିତରେ ରାଜ୍ୟର ସବୁଠାରୁ ବଡ ମେଳା ବାଲିଯାତ୍ରାରେ ବର୍ତ୍ତମାନ ସୁଦ୍ଧା ୪୦ କୋଟିର ବେପାର ହୋଇଥିବା ଜଣାପଡିଛି।

19/11/2019

Leave a Reply

Your email address will not be published. Required fields are marked *

Comments