Bikash Khabar
ବଢୁଛି ସାଇବର ଅପରାଧ,୪ ବର୍ଷରେ ୨୯୮ ମାମଲା, ୫୧ ଗିରଫ, ଲୁଟି ନେଇଛନ୍ତି ୨୫ ଲକ୍ଷ

ମାତିଛନ୍ତି ସାଇବର ଅପରାଧୀ। ମିନିଟ୍ ମଧ୍ୟରେ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ କରି ଦେଉଛନ୍ତି। କାହାର କ୍ରେଡିଟ କାର୍ଡରୁ ଟଙ୍କା କଟି ଗଲାଣି ଆଉ କାହାର ଗୁଗୁଲ ପେଆକାଉଣ୍ଟରୁ ଟଙ୍କା ଗାଏବ ହୋଇ ଯାଉଛି।କିଛି ଦିନ ତଳେ  ସାମନ୍ତରାପୁର ଅଞ୍ଚଳର ସୁମନ୍ତ କୁମାର ମିଶ୍ରଙ୍କ କ୍ରେଡିଟ କାର୍ଡରୁ ଅନୁରୂପ ଢ଼ଙ୍ଗରେ ୨୫ ହଜାର ଟଙ୍କା ଗାଏବ ହୋଇ ଗଲା। ନେଇ ସେ ସ୍ଥାନୀୟ ଲିଙ୍ଗରାଜ  ଥାନାରେ ଅଭିଯୋଗ କରିଛନ୍ତି। କେବଳ ସୁମନ୍ତ କାହିଁକି ଗତ ମାସ ମଧ୍ୟରେ ୪୩ ଜଣ ଏଭଳି ଲୁଟର ଶିକାର ହୋଇ ସାରିଲେଣି। ୪୩ ଜଣଙ୍କଠୁ ପାଖାପାଖି ୨୫ ଲକ୍ଷ ଟଙ୍କା ଲୁଟି ସାରିଲେଣି ଏହି ସାଇବର ଅପରାଧୀମାନେ। ନେଇ ରାଜଧାନୀର ବିଭିନ୍ନ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ ରାଜ୍ୟ ବାହାରେ ବସିଥିବା ସାଇବର ଅପରାଧୀଙ୍କ ପାଖରେ ପହଞ୍ଚି ପାରୁନାହିଁ କମିସନରେଟ ପୁଲିସ। ଯାହାକୁ ନେଇ ଅଭିଯୋଗକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି। ପ୍ରାପ୍ତ ସୂଚନା ଅନୁଯାୟୀ  ସାଇବର ଅପରାଧୀମାନେ ବ୍ୟାଙ୍କ, ଅନଲାଇନ ଠକେଇ, ଏଟିଏମ କାର୍ଡ କ୍ରେଡିଟ ଠକେଇରେ ସଂପୃକ୍ତ ରହୁଛନ୍ତି। ହତ୍ୟା, ଅପହରଣ ଲୁଟ ବଦଳରେ ଏବେ ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଲାଣି ରାଜଧାନୀରେ। ଖାରବେଳନଗର, କ୍ୟାପିଟାଲ, ଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର, ଇନଫୋସିଟି, ଖଣ୍ଡଗିରି, ଧଉଳି ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ଏକାଧିକ ମାମଲା ଘଟିଥିବା ଜଣାଯାଇଛି କାହାଠୁ ୨୫ ହଜାର କାହାଠାରୁ ୬୫ ହଜାର, କାହାଠାରୁ ଏକ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗମାନ ମିଳିଛି। ସାଇବର ଅପରାଧୀଙ୍କ ନିକଟକୁ ପୁଲିସ ହାତ ପାଉ ଥିବାରୁ କେବଳ ମାମଲା ରୁଜୁ କରି ବସି ପଡ଼ୁଛି। କେବଳ ରାଜଧାନୀରେ ୨୯୮ଟି ସାଇବର ଅପରାଧ ଜନିତ ମାମଲା ରୁଜୁ ହୋଇଥିଲା। କିନ୍ତୁ ସେଥି ମଧ୍ୟରୁ କେବଳ ୫୧ ଜଣଙ୍କୁ ଗିରଫ କରିଥିଲା ପୁଲିସ। ବଳକା ୨୪୭ ମାମଲାରେ ପୁଲିସ ହାତ ଖାଲି। ଯେଉଁ ୫୧ ଜଣଙ୍କୁ ଗିରଫ କରାଯାଇଥିଲା ସେମାନଙ୍କ ନିକଟରୁ ଟଙ୍କାଟିଏ ମଧ୍ୟ ଜବତ ହୋଇ ପାରି ଥିଲା।

22/12/2019

Leave a Reply

Your email address will not be published. Required fields are marked *

Comments