Bikash Khabar
ମାତିଛନ୍ତି ସାଇବର ଅପରାଧୀ, ୪ ମାସରେ ଲୁଟି ନେଲେଣି କୋଟିଏ ଟଙ୍କା

 ରାଜ୍ୟରେ ମାତିଛନ୍ତି ସାଇବର ଅପରାଧୀ। ଗୋଟିଏ ମିନିଟ୍ମଧ୍ୟରେ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ କରି ଦେଉଛନ୍ତି। କାହାର କ୍ରେଡିଟ କାର୍ଡରୁ ଟଙ୍କା କଟି ଗଲାଣି ଆଉ କାହାର ଗୁଗୁଲ ପେଆକାଉଣ୍ଟରୁ ଟଙ୍କା ଗାଏବ। ଏହିଭଳି ଭାବେ ଗତ ମାସ ମଧ୍ୟରେ ସାରା ରାଜ୍ୟରୁ ପାଖାପାଖି କୋଟି ଟଙ୍କାରୁ ଅଧିକ ଟଙ୍କା ଲୁଟି ସାରିଲେଣି ସାଇବର ଗ୍ୟାଙ୍ଗ୍। ଗତ ମାସ ମଧ୍ୟରେ ୧୫୪ ଜଣ ଏଭଳି ଲୁଟର ଶିକାର ହୋଇଛନ୍ତି। ନେଇ ରାଜ୍ୟର ବିଭିନ୍ନ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ ରାଜ୍ୟ ବାହାରେ ବସିଥିବା ସାଇବର ଅପରାଧୀଙ୍କ ପାଖରେ ପହଞ୍ଚି ପାରୁନାହିଁ ପୁଲିସ। ଯାହାକୁ ନେଇ ଅଭିଯୋଗକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି।

ଯାହା ସୂଚନା ମିଳିଛି ସାଇବର ଅପରାଧୀମାନେ ବ୍ୟାଙ୍କ, ଏଟିଏମ କାର୍ଡ କ୍ରେଡିଟ ଠକେଇରେ ଅଧିକ ସଂପୃକ୍ତ ରହୁଛନ୍ତି। ହତ୍ୟା, ଅପହରଣ ଲୁଟ ବଦଳରେ ଏବେ ସାଇବର ଅପରାଧ ତାର ସ୍ଥାନ ନେଲାଣି। ବିଶେଷକରି ରାଜଧାନୀ ଭୁବନେଶ୍ୱର, କଟକ, ବାଲେଶ୍ୱର, ପୁରୀ, ସମ୍ବଲପୁର, କୋରାପୁଟ ରାଉରକେଲାରେ ଏକାଧିକ ବ୍ୟକ୍ତି ବିଶେଷଙ୍କୁ ଏହି ଅପରାଧୀମାନେ ସେମାନଙ୍କ ଜାଲରେ ପକାଇ ଲୁଟି ସାରିଲେଣି। କାହାଠୁ ୨୫ ହଜାର କାହାଠାରୁ ୭୫ ହଜାର, କାହାଠାରୁ ଲକ୍ଷ ଟଙ୍କା ଲୁଟିଛନ୍ତି। ପୁଲିସ କେବଳ ମାମଲା ରୁଜୁ କରି ବସି ପଡ଼ୁଛି। ଅନେକ ଅଭିଯୋଗକାରୀଙ୍କୁ ଜିଲ୍ଲା ପୁଲିସ କହୁଛି କଟକ ଯାଇ ସାଇବର ଥାନାରେ ଅଭିଯୋଗ କରିବାକୁ। କିନ୍ତୁ ଏହା କେତେକ କ୍ଷେତ୍ରରେ ଅଭିଯୋଗକାରୀଙ୍କ ପାଇଁ ସମ୍ଭବ ହୋଇ ପାରୁ ନାହିଁ।

14/01/2020

Leave a Reply

Your email address will not be published. Required fields are marked *

Comments