Bikash Khabar
ଦେଶର ବିଭିନ୍ନ ଅଞ୍ଚଳରେ ବୁଲିବୁଲି ପାଠ ପଢ଼ାଉଛନ୍ତି ସାଇକେଲ୍‌ ଗୁରୁ

 ସାଇକେଲରେ ଭ୍ରମଣ କରି ଦେଶର ବିଭିନ୍ନ ଅଞ୍ଚଳରେ ପାଠ ପଢ଼ାଉଛନ୍ତି ସାଇକେଲ ଗୁରୁ ଆଦିତ୍ୟ କୁମାର। ସେ ଦେଶର ବିଭିନ୍ନ ରାଜ୍ୟ ଭ୍ରମଣ କରି ଲକ୍ଷ କିଲୋମିଟର ପଥ ଅତିକ୍ରମ କରିଛନ୍ତି। ଇତିମଧ୍ୟରେ ସେ ବହୁ ଲୋକଙ୍କୁ ଭେଟି ଶିକ୍ଷାଦାନର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିଛନ୍ତି। ଦେଶରେ ଶିକ୍ଷା ନେଇ ସଚେତନତା ସୃଷ୍ଟି ପାଇଁ ୨୦୧୫ ଜାନୁୟାରୀ ୧୨ରେ ସେ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ। ଭ୍ରମଣ ସମୟରେ ୧୦ ହଜାର ଥର ସେ ଫୁଟପାଥ୍ରେ ଶୋଇଛନ୍ତି। ତେବେ ନିଜ କର୍ତ୍ତବ୍ୟ ପଥରୁ ସେ ଓହରି ନାହାଁନ୍ତି। ବିବିସି ପକ୍ଷରୁ ତାଙ୍କୁ ବିଶ୍ୱର ଶ୍ରେଷ୍ଠ ଶିକ୍ଷକ ଭାବେ ନାମିତ କରାଯାଇଛି। ଆଦିତ୍ୟଙ୍କ ନାମରେ ୫୬ଟି ବିଶ୍ୱ ରେକର୍ଡ ରହିଛି। ଫରୁଖାବାଦ୍ରେ ୧୯୭୦ ଜୁଲାଇ ୧୮ରେ ତାଙ୍କର ଜନ୍ମ ହୋଇଥିଲା। ସମାଜସେବା ପାଇଁ ୨୫ ବର୍ଷ ବୟସରେ ସେ ଘର ଛାଡିଥିଲେ। ଲୋକଙ୍କ ସେବା ଲାଗି ସେ ବିବାହ ମଧ୍ୟ କରି ନାହାଁନ୍ତି। ଭ୍ରମଣ ସମୟରେ ସେ ବହୁ ଛାତ୍ରୀଛାତ୍ରଙ୍କୁ ପାଠ ମଧ୍ୟ ପଢ଼ାଇଛନ୍ତି।

14/11/2019

Leave a Reply

Your email address will not be published. Required fields are marked *

Comments