Bikash Khabar
୯୯ ବାତ୍ୟା ଓ ଫାଇଲିନଠାରୁ କମ ହେବ ଫୋନି ,ଜାରି ହେଲା ସତର୍କ ସଂକେତ

  ଆସୁଛି ସାମୁଦ୍ରିକ ବାତ୍ୟା ଫୋନି ଏହାକୁ ନେଇ ବିଭିନ୍ନ ମହଲରେ ଆଶଙ୍କା ବଢିଛି ଜିରୋ କାଜୁଆଲିଟି ପାଇଁ ପ୍ରଶାସନ ସବୁଠୁ ବଡ ସ୍ଥାନାନ୍ତରିତ ପ୍ରକ୍ରିୟା ହାତକୁ ନେଇଛି  ତେବେ ସତର୍କ ରୁହନ୍ତୁ, ମାଟିଘରୁ ବାହାରି ସୁରକ୍ଷିତ ସ୍ଥାନକୁ ଚାଲିଯାଆନ୍ତୁ ବୋଲି ଡ଼ାକବାଜି ଯନ୍ତ୍ର ଜରିଆରେ ପ୍ରଚାର ଚାଲିଛି ଭାରତୀୟ ପାଣିପାଗ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଏହି ବାତ୍ୟା ୧୯୯୯ ମହାବାତ୍ୟା ଫାଇଲିନଠାରୁ କମପ୍ରଭାବ ସୃଷ୍ଟିକରିବ ସାମୁଦ୍ରିକ ଝଡ଼ ଫୋନିପୁରୀଠାରୁ ଏବେ ଗୁରୁବାର ସକାଳ ସୁଦ୍ଧା ୪୩୦ କିଲୋମିଟର ଦୂରରେ ରହିଛି। ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ  ଓଡ଼ିଶା ଆଡ଼କୁ ଗତି କରୁଛି। ଆସନ୍ତାକାଲି ଅପରାହ୍ଣ ୫ଟାରେ ଏହା ପୁରୀ ପାଖାପାଖି କୌଣସି ଏକ ସ୍ଥାନରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।ସାତପଡ଼ା ନିକଟରେ ସ୍ଥଳଭାଗ ଛୁଇଁପାରେ ବୋଲି ଅନୁମାନ କରାଯାଉଛି   ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୭୦ ରୁ ୧୮୦ କିଲୋମିଟର ରହିପାରେ। କେତେକ ସ୍ଥାନରେ ଘଣ୍ଟାପ୍ରତି ୨୦୦ କିମି ବେଗରେ ପବନ ବହିପାରେ।ପବନ ବର୍ଷା କୁ ଦୃଷ୍ଟିରେ ରଖି ସତର୍କ ସଂକେତ ଦିଆଯାଇଛି ମାଟି ଘର ପୁରୁଣା କୋଠାଘର ପ୍ରତି ବିପଦ ସମ୍ଭାବନା ଥିବାରୁ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି। ମେ ତାରିଖ ରେ ବାତ୍ୟା କୂଳ ଛୁଇବା ପରେ କ୍ରମଶଃ ଏହା ଦୁର୍ବଳ ହୋଇ  ସକାଳୁ ବର୍ଷା କମିଯିବ ଏହାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଭାରତୀୟ ପାଣିପାଗ ସଂସ୍ଥା ପକ୍ଷରୁ କୁହାଯାଇଛି ଜିରୋ କାଜୁଆଲିଟି କୁ ଦୃଷ୍ଟିରେ ରଖି ପ୍ରଶାସନ ଗୁରୁବାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଛି। ମାଟି ଘରୁ ତଲୁଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି

02/05/2019

Leave a Reply

Your email address will not be published. Required fields are marked *

Comments