Bikash Khabar
ପ୍ରତିଦିନ ୨୫୦ ଗରିବଙ୍କୁ ମାଗଣାରେ ଚା ପିଆନ୍ତି ଏହି ୯୪ ବର୍ଷ ବୟସ୍କ ଚା ବାଲା

ଐତିହାସିକ ଦୁର୍ଗ ଆଉ ମନୋରମ ରାଜପ୍ରାସାଦ,ପ୍ରାଚୀନ ବଜାର ଏବଂ କଳାସଂସ୍କୃତି ପାଇଁ ଜୟପୁର ଯେତେ ପୁରୁଣା ଏଠାର ଗୁଲାବ ଜି ଚା ବାଲା ମଧ୍ୟ ସେତେ ପୁରୁଣା। ଯେଉଁ ବର୍ଷ ଦେଶ ସ୍ୱାଧୀନ ହେଲା ସେହି ବର୍ଷ ଅର୍ଥାତ ୧୯୪୭ ମସିହାରେ ଗୁଲାବଜି ନିଜର ଚା ଦୋକାନ ୧୩୦ ଟଙ୍କାରେ ଆରମ୍ଭ କରିଥିଲେ। ରାଜ କର୍ମଚାରୀ,ସରକାରୀ ଅଧିକାରୀ,ସିନେ ଅଭିନେତା ମାନେ ଗୁଲାବଜି ଚା ଦୋକାନର ଚା ପାଇଁ ଅପେକ୍ଷା କରି ଠିଆ ହେଉଥିଲେ ଗୁଲାବଜି ଙ୍କ ବ୍ୟବହାର ଚା ପ୍ରସ୍ତୁତିର ବିଶେଷତ୍ୱ ତାଙ୍କୁ କ୍ରମଶଃ ଲୋକପ୍ରିୟ କରାଇଲା।୯୪ ବର୍ଷ ଗୁଲାବଜୀଙ୍କ ଦୋକାନରେ ଗୋଟିଏ କପଚା ଦାମ ୨୦ ଟଙ୍କା ଏଥିରେ ପାଣି ମିଶେନି ନିରୋଳା ଖାଣ୍ଟି କ୍ଷୀର ରେ ସ୍ୱତନ୍ତ୍ର ମସଲା ମିଶାଇ ତିଆରି ହୁଏ ଚା। ଦୋକାନ ପ୍ରତିଦିନ ଭୋର ରେ ଖୋଲେ ଦୋକାନ ଖୋଲିବା ଆଗରୁ ଶ୍ରମିକ ମାନେ  ଚା ପାନ ପାଇଁ ଏଠାରେ ପହଂଚିଥାନ୍ତି ବିଗତ ୨୦ ବର୍ଷ ଧରି ଗୁଲାବଜି  ସେମାନଙ୍କୁ ମାଗଣାରେ ଚା ପିଆଇଥାନ୍ତି ଚା ସହିତ ହାତ ତିଆରି ବିଭିନ୍ନ ପ୍ରକାର ପିଠା ବ୍ରେଡ ମଧ୍ୟ ମାଗଣାରେ ବଣ୍ଟନ କରିଥାନ୍ତି ଏହି ଚା ଵାଲା

09/07/2019

Leave a Reply

Your email address will not be published. Required fields are marked *

Comments