Bikash Khabar
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଡିଜିଟାଲ ବ୍ୟବସ୍ଥାରେ ହେବ ତଥ୍ୟ ସଂରକ୍ଷଣ

କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ସମସ୍ତ ତଥ୍ୟ ଏଣିକି ଡିଜିଟାଲ ବ୍ୟବସ୍ଥାରେ ସଂରକ୍ଷଣ କରାଯିବ। ରାଜ୍ୟରେ ଥିବା ଏକମାତ୍ର ସରକାରୀ କର୍କଟ ନିଦାନ କେନ୍ଦ୍ର ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ନେଇ କର୍କଟ କେନ୍ଦ୍ର ନିର୍ଦ୍ଦେଶକ ଡାକ୍ତର ପ୍ରଫେସର ଲଲାଟେନ୍ଦୁ ଷଡ଼ଙ୍ଗୀ ଏବଂ ସି-ଡାକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିବେକ ଖାନେଜା ଏକ ବୁଝାମଣା ପାତ୍ରରେ ସ୍ଵାକ୍ଷର କରିଛନ୍ତି। ଏହି ବୁଝାମଣା ପତ୍ର ଅନୁଯାୟୀ ସି-ଡାକ ଦ୍ୱାରା ବିକଶିତ -ଶୁଶ୍ରୂତ ଆପ୍ଲିକେସନ ମାଧ୍ୟମରେ ସମସ୍ତ ତଥ୍ୟ ସଂରକ୍ଷଣ କରାଯିବ। ଏହି ବ୍ୟବସ୍ଥାରେ ସେଠାକୁ ଚିକିତ୍ସା ପାଇଁ ଆସୁଥିବା ସମସ୍ତ ରୋଗୀଙ୍କ ଆଧାର ନମ୍ବର ଅନୁଯାୟୀ ଅନଲାଇନରେ ପଞ୍ଜିକରଣ କରାଯିବ।ଏହା ବ୍ୟତୀତ ରୋଗୀଙ୍କ ସମସ୍ତ ପରୀକ୍ଷା ରିପୋର୍ଟ, ଡାକ୍ତର ଲେଖିଥିବା ଔଷଧ ଅନ୍ୟାନ୍ୟ ବିବରଣୀ ମଧ୍ୟ ଗଛିତ ରହିବ ଯାହା ଫଳରେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ରୋଗ ରୋଗୀ ସମ୍ପର୍କିତ କାଗଜପତ୍ର ନେବାକୁ ପଡିବ ନାହିଁ।

11/11/2019

Leave a Reply

Your email address will not be published. Required fields are marked *

Comments