Bikash Khabar
ଗ୍ରୀଷ୍ମରେ କମିଲା ଜଙ୍ଗଲ ନିଆଁ

ଏଥର ଗ୍ରୀଷ୍ମ ସମୟରେ ରାଜ୍ୟରେ ଜଙ୍ଗଲ ନିଆଁ କମିଛି। ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ବି କମିଛି। ଫଳସ୍ବରୂପ ଓଡ଼ିଶାରେ ଜଙ୍ଗଲ ନିଆଁ ହ୍ରାସ ପାଇଛି। ନିଆଁରେ ପୋଡ଼ି ହୋଇ ଜୀବଜନ୍ତୁଙ୍କର ମୃତ୍ୟୁହାର ମଧ୍ୟ କମିଥିବା ଜଣାପଡ଼ିଛି। ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୯ର ଗ୍ରୀଷ୍ମ ମାସରେ ରାଜ୍ୟରେ ୧୯ ହଜାର ୮୦୦ ଜଙ୍ଗଲ ନିଆଁ ସାମ୍ନାକୁ ଆସିଥିଲା। କେବଳ ମାର୍ଚ୍ଚରେ ହଜାର ୪୯୫ଟି ଜଙ୍ଗଲ ନିଆଁ ଘଟଣା ସାମ୍ନାକୁ ଆସିଥିଲା। ଏପ୍ରିଲ, ମେ ଜୁନ୍ରେ ବି ଅନୁରୂପ ଭାବେ ଜଙ୍ଗଲ ନିଆଁ ବଢ଼ିଥିଲା। ହଜାରରୁ ଅଧିକ ବନ୍ୟଜନ୍ତୁଙ୍କର ମୃତ୍ୟୁ ହୋଇଥିଲା। ପାହାଡ଼ ଉପରେ ସମତଳ ଭୂମିରେ ଥିବା ଜଙ୍ଗଲରେ ମଣିଷକୃତ ନିଆଁ ଉଗ୍ର ହେବାରୁ ବହୁ ମୂଲ୍ୟବାନ୍ବୃକ୍ଷଲତା, ବିରଳ ଜୀବଜନ୍ତୁ ପ୍ରାଣ ହରାଇଥିଲେ। ଲୋକେ ଜଙ୍ଗଲରେ ନିଆଁ ଲଗାଇ ବନ୍ୟଜନ୍ତୁଙ୍କୁ ଶିକାର କରିବାଭଳି ଘଟଣା ବି ନଜରକୁ ଆସିଥିଲା। ଅନୁଗୁଳ, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, କନ୍ଧମାଳ ପ୍ରଭୃତି ଜିଲ୍ଲାରେ ଜଙ୍ଗଲ ନିଆଁ ଶୀର୍ଷରେ ପହଞ୍ଚିଥିଲା। ଉକ୍ତ ଜିଲ୍ଲାଗୁଡ଼ିକର ବହୁ ଘଞ୍ଚ ଜଙ୍ଗଲ ଜଳି ପୋଡ଼ି ଛାରଖାର ହେବା ସହ ନିରୀହ ବନ୍ୟଜନ୍ତୁଙ୍କ ଜୀବନ ମଧ୍ୟ ଯାଇଥିଲା, ଯାହାର ହିସାବ କରାଯାଇପାରି ନାହିଁ। ଆଶ୍ବସ୍ତିକର ବିଷୟ ଯେ ଏଥର ନିଆଁ ଆୟତ୍ତରେ ରହିଛି। ମାର୍ଚ୍ଚରୁ ମେମଧ୍ୟରେ ପ୍ରାୟ ହଜାର ଜଙ୍ଗଲ ନିଆଁ ଘଟଣା ସାମ୍ନାକୁ ଆସିଛି। ପିସିସିଏଫ୍‌(ପ୍ରଧାନ ମୁଖ୍ୟ ବନ ସଂରକ୍ଷକ) ସନ୍ଦୀପ ତ୍ରିପାଠୀଙ୍କ କହିବାନୁଯାୟୀ, ବିଗତ ବର୍ଷଗୁଡ଼ିକ ତୁଳନାରେ ଏଥର ନିଆଁ କମିଛି। ସାଟେଲାଇଟ୍ମାଧ୍ୟମରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ପୂର୍ବରୁ ଘଞ୍ଚ ଜଙ୍ଗଲଗୁଡ଼ିକରେ ଯେଉଁଭଳି ନିଆଁ ଲାଗୁଥିଲା, ଏଥର ସେମିତି ଦେଖିବାକୁ ମିଳିନାହିଁ। ବଡ଼ଧରଣର ଜଙ୍ଗଲ ନିଆଁ ବି ସଂଘଟିତ ହୋଇନାହିଁ। ଛୋଟ ଛୋଟ ଅଗ୍ନିକାଣ୍ଡ ଘଟିଛି। ଲକ୍ଡାଉନ୍ପରିବେଶ ପାଇଁ ଅନୁକୂଳ ସାବ୍ୟସ୍ତ ହୋଇଛି। ସାଟେଲାଇଟ୍ମାଧ୍ୟମରେ ନିଆଁ ଲାଗିବା ସମ୍ପର୍କରେ ଜଣାପଡ଼ିବା କ୍ଷଣି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ନିଆଁକୁ ଲିଭା ଯାଉଛି। ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ ରିପୋର୍ଟ-୨୦୧୯ ଅନୁଯାୟୀ, ଓଡ଼ିଶାରେ ହଜାର ୪୪୯ ବର୍ଗ କିମି ଜଙ୍ଗଲ ଅତ୍ୟଧିକ ନିଆଁ ପ୍ରବଣ ତାଲିକାରେ ରହିଛି। ପରିବେଶବିତ୍ଙ୍କ ମତରେ, ଅତୀତରେ ଯେଉଁସବୁ ପାହାଡ଼ ସବୁଜିମାଭରା ଥିଲେ, ସେଗୁଡ଼ିକ ଏବେ ଲଣ୍ତାପଥର ଗଦାରେ ପରିଣତ ହୋଇଛନ୍ତି। ଜଙ୍ଗଲ କ୍ଷୟ ଅନେକ ନଦୀ ଝରଣାର ମୃତ୍ୟୁର କାରଣ ହୋଇଛି। ଅନେକ ବିରଳ ପ୍ରଜାତିର ଜଙ୍ଗଲୀ ପଶୁପକ୍ଷୀ, ସରୀସୃପ, ବୃକ୍ଷଲତା ବି ଜଙ୍ଗଲ ନିଆଁରେ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟର ଅପୂର୍ବ ଜଙ୍ଗଲ ସମ୍ପଦକୁ ବନାଗ୍ନି ବିପର୍ଯ୍ୟୟରୁ ବଞ୍ଚାଇବାକୁ ପଡ଼ିବ। ରାଜ୍ୟ ସରକାର ଦିଗରେ ଯତ୍ନବାନ ହେବା ଉଚିତ। ଜଙ୍ଗଲ ନିଆଁ ସମ୍ପର୍କରେ ତୁରନ୍ତ ଖବର ସଂଗ୍ରହ, ନିଆଁକୁ ଆୟତ୍ତ କରିବା ଲାଗି କର୍ମଚାରୀଙ୍କୁ ବିଶେଷ ତାଲିମ ଦିଆଯିବାର ଆବଶ୍ୟକତା ରହିଛି। ଏଥିସହ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ମଧୢ ଗୁରୁତ୍ବ ଦିଆଯିବା ଉଚିତ। କେବଳ ସରକାରଙ୍କ ଉପରେ ନିର୍ଭର କଲେ ଚଳିବ ନାହିଁ, ଏଥିପାଇଁ ସାଧାରଣ ଲୋକଙ୍କ ସହଯୋଗ ମଧୢ ଅତ୍ୟନ୍ତ ଜରୁରୀ।

24/06/2020

Leave a Reply

Your email address will not be published. Required fields are marked *

Comments