Bikash Khabar
ଦୁର୍ଗନ୍ଧରୁ ମିଳିଲା ସାମୟିକ ଆଶ୍ୱସ୍ତି, ସ୍ଥାୟୀ ସମାଧାନ ପାଇଁ ଉଠିଲା ଦାବି

ଜନଗହଳିପୂର୍ଣ୍ଣ ୟୁନିଟ୍-୩ ଖାରବେଳ ନଗରର ୱାର୍ଡ଼ ନଂ-୩୫ ଭିଆଇପି ଅଞ୍ଚଳଭାବେ ପରିଚିତ । ଏହାର ଚତୁଃପାଶ୍ୱର୍ରେ ରହିଛି ରାମ ମନ୍ଦିର, ପ୍ରଦର୍ଶନୀ ପଡ଼ିଆ, ଘରୋଇ ବ୍ୟାଙ୍କ, ବାଇକ୍ ଶୋ ରୁମ୍, ଔଷଧାଳୟ, ଛାତ୍ରାବାସ, ଶିକ୍ଷାନୁଷ୍ଠାନ, ହାଉସିଂ ବୋର୍ଡ଼, ବୟନିକା, ବିଡ଼ିଏ ଅଫିସ୍, ନାମୀ ହୋଟେଲ ସାଙ୍ଗକୁ ବିୟୁଟି  ପାର୍ଲର । ସବୁଠୁ ଗୁରତ୍ୱପୂର୍ଣ୍ଣ କଥା ହେଲା ଖାରବେଳ ନଗର ଅଞ୍ଚଳର ଜଣାଶୁଣା ହୋଟେଲ ପ୍ରିୟା ଗଳି ଯେଉଁଟି ରାତି ପାହିଲେ ଶହ ଶହ ଜନତା ଖାଇବାକୁ ଏହି ହୋଟେଲକୁୁ ଆସନ୍ତି, ସେହି ପ୍ରିୟା ଗଳିରେ ଛୁଟିଛି ମଇଳା ପାଣି । ବିକଟ ଆଇଁଷିଣିଆ ଦୁର୍ଗନ୍ଧରେ ଫାଟି ପଡ଼ୁଛି ନାକ । ନଳାର ପ• ପାଣି ରାସ୍ତାରେ ଲହଡ଼ି ଭାଙ୍ଗୁଛି । ଫଗୁଣ ମାସରେ ଆଷାଢର ବନ୍ୟା ପରି ଭ୍ରମ ସୃଷ୍ଟି କରିବାକୁ ନେଇ ସ୍ଥାନୀୟ ବାସିନ୍ଦା ସ୍ମାର୍ଟ ନଗରୀର କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରିଥିଲେ । କିନ୍ତୁ କୌଣସି ଉତ୍ତର ମିଳିନଥିଲା । ସମାଜସେବୀ ସୁଶାନ୍ତ ସାହୁ ଏହାକୁ ନେଇ ମହାନଗର ନିଗମର ଡ଼େପୁଟି କମିଶନର ଚିତ୍ରସେନ ରାଉତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାସ୍ତାରେ ପ• ନଳା ପାଣି ପ୍ରବାହିତ ସୂଚନା ପାଇବା ପରେ ଶ୍ରୀ ରାଉତ ଗୋଟିଏ ଘଣ୍ଟା ମଧ୍ୟରେ କର୍ମ•ରୀଙ୍କୁ ଲଗାଇ ବର୍ଜ୍ୟପାଣି ପ୍ରବାହ ବନ୍ଦ କରାଇଥିଲେ । ସ୍ୱରେଜ ଓ ଡ୍ରେନେଜ୍ ଲାଇନ୍ରେ ପଲିଥିନ୍ ଓ ଅନ୍ୟ କଠିନ ବର୍ଜ୍ୟବସ୍ତୁ ପରି ଏଭଳି ଅବସ୍ଥା ସୃଷ୍ଟି ହେଉଥିବା କହିଛନ୍ତି ଡ଼େପୁଟି କମିଶନର ଶ୍ରୀ ରାଉତ । ରାଉତଙ୍କ ତ୍ୱରିତ ପଦକ୍ଷେପକୁ ସାବାସୀ ଜଣାଇଛନ୍ତି ୱାର୍ଡ଼ବାସୀ । ତେବେ ଏହାର ସ୍ଥାୟୀ ସମାଧାନ ହେବା ଦିଗରେ ବି ଦାବି ଉଠିଛି ।

13/03/2019

Leave a Reply

Your email address will not be published. Required fields are marked *

Comments